ପୁରୀ : ପୁରୀଜିଲ୍ଲା ଡେଲାଙ୍ଗ ବେରବୋଇ ଗାନ୍ଧିପୀଠ ପୀଠରେ କଂଗ୍ରେସ ପକ୍ଷରୁ ଆମରଣ ଅନଶନ ସତ୍ୟାଗ୍ରହ । ଗତ ୨୦୧୫ ମସିହାରୁ ଏକ କୋଟି ଦଶ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ଗାନ୍ଧିପୀଠର ବିକାଶ ଏପର୍ଯ୍ୟନ୍ତ କାହିଁକି ହୋଇପାରିନି ଏବଂ ପିପିଲି-ଡେଲାଙ୍ଗରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ଦୁଇ ପ୍ରମୁଖ ଦାବୀ ନେଇ କଂଗ୍ରେସ ନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁପ୍ରକାଶ ପରିଡ଼ା ଏବଂ ଡେଲାଙ୍ଗ କଂଗ୍ରେସ ସଭାପତି ରବି ଦାସ ଙ୍କ ସମେତ ୨୦ରୁ ଅଧିକ କଂଗ୍ରେସ କର୍ମୀ ଧାରଣା ଦେଇଛନ୍ତି । ସେପଟେ ଡେଲାଙ୍ଗ ପ୍ରଶାସନ ପକ୍ଷରୁ ତହସିଲଦାର ନିବେଦିତା ପରିଡ଼ା, ବିଡିଓ ଦିଲୀପ ଷଡ଼ଙ୍ଗୀ ଏବଂ ଥାନାଧିକାରୀ ରଶ୍ମିରଂଜନ ପଟ୍ଟନାୟକଙ୍କ ସହ ଡାକ୍ତରୀ ଦଳ ଆସି ଅନଶନକାରୀଙ୍କ ସହ ଆଲୋଚନା କରିଚନ୍ତି ।
ଶେଷରେ ଜିଲ୍ଲା ପ୍ରଶାସନ ସହ କଥା ହୋଇ ଡେଲାଙ୍ଗ ପ୍ରଶାସନ ଅନଶନକାରୀଙ୍କ ଦାବୀ ପୂରଣ ହେବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ଏବଂ ଡାକ୍ତରୀ ଦଳ ଅନଶନକାରୀଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ପ୍ରଶାସନ ଅନଶନକାରୀଙ୍କୁ ଥଣ୍ଡା ପାନୀୟ ଦେଇ ଆମରଣ ଅନଶନ ପ୍ରତ୍ୟାହୃତ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.