ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ପାଳିତ ହୋଇଯାଇଛି ।ପ୍ରଥମ ଦିନରେ ସ୍ୱଚ୍ଛତା ପକୱାଡା ସମ୍ପର୍କିତ “ସ୍ୱଚ୍ଛତା ଶପଥ ଦିବସ’, ଦ୍ୱିତୀୟ ଦିନରେ ସ୍ୱଚ୍ଛତା ସଚେତନତା ଦିବସ , ତୃତୀୟ ଦିନରେ ସମୁଦାୟ ପହଞ୍ଚ ଦିବସ ଏବଂ ସ୍ଲୋଗାନ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଗୁଡିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶୀମତି ଅମ୍ବିକା ଦେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏଏ୍ଓ(ଏନ୍ସିସି,ଏଏନ୍ଓ) ଅଧ୍ୟାପିକା ଲେଫଟେନେଣ୍ଟ ଅନିତା କୁମାରୀ ପାତ୍ର, ଅଧ୍ୟାପକ ନୃସିଂହ ପ୍ରାସାଦ ପାଣିଗ୍ରାହୀ, ୟୁଥ୍ ରେଡ୍କ୍ରସ ପରାମର୍ଶଦାତ୍ରୀ ଶ୍ରୀମତୀ ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏତଦ୍ ବ୍ୟତୀତ ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ, କର୍ମଚାରୀ, ଏନ୍ସିସି ଛାତ୍ରୀ ଓ ଅନ୍ୟ ଛାତ୍ରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post