ବରିଷ୍ଠ କଳାକାର ସଂଘର ବାର୍ଷିକୋତ୍ସବ

0 73

ଗଞ୍ଜାମ: ବରିଷ୍ଠ କଳାକାର ସଂଘ ବାର୍ଷିକୋତ୍ସବର ସନ୍ଧ୍ୟା ଅଧିବେଶନ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲା ସଂସ୍କୃତି ଅଧିକାରୀ ମୁଖ୍ୟ ବକ୍ତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନାଟ୍ୟକାର ରବି ନାରାୟଣ ବେହେରା ସମ୍ମାନିତ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ବରିଷ୍ଠ ରାଜସ୍ୱ ସହାୟକ ଅଶ୍ୱିନୀ କୁମାର ବେହେରା ଓ ସାଂସ୍କୃତିକ ସମ୍ବାଦ ପତ୍ର ଅଭିନୟ ଜଗତର ସମ୍ପାଦକ ଡ଼ଃ. ମିହିର କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ବରିଷ୍ଠ କଳାକାରମାନେ ନିଷ୍ଠା ସହକାରେ ଉତ୍ତମ ଶିଷ୍ୟ ସୃଷ୍ଟି କଲେ ଲୋକ କଳାର ସମୃଦ୍ଧି ଓ ବିକାଶ ପ୍ରାପ୍ତ ହେବ ବୋଲି ନିଜ ନିଜ ଭାଷଣରେ ଉପସ୍ଥାପନ କରିଥିଲେ । ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ଓ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ସଂଘର କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରି ମାତ୍ର ଦୁଇ ବର୍ଷ ମଧ୍ୟରେ ସଂଘ କଳାକାରଙ୍କ ସେବା ମାଧ୍ୟମରେ ଆଜି ଜିଲ୍ଲାରୁ ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରୁ ରାଜ୍ୟସ୍ତରୀୟ ସଂସ୍ଥାରେ ପରିଣତ ହୋଇ ପାରିଛି ବୋଲି ସୂଚନା ଦେଇଥିଲେ । ଏ ଅବସରରେ ପ୍ରତିଭାଦୀପ୍ତ କଳାକାରମାନଙ୍କୁ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଓ ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରାଙ୍କ ସହଯୋଗ କ୍ରମେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍‌ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭଜରାମ ଡାକୁଆ ଓ ସାଥିଙ୍କ ଦ୍ୱାରା ଭାରତ ଲୀଳା ପରିବେଷଣ କରାଯାଇଥିଲା । ପରିଶେଷରେ ବରିଷ୍ଠ କଳାକାର ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + 15 =