ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ସତ୍କାର କଲେ ସୋସିଆଲ ୱେଲଫେର ଅର୍ଗାନାଇଜେସନର କର୍ମକର୍ତ୍ତା

0 59

ଗୋଲାମୁଣ୍ଡା : କୁହାଯାଏ ବିପଦ, ଆପଦ, ରାଜଦ୍ୱାର, ଶ୍ମାସନରେ ସାଥ ଦେଉଥିବା ବ୍ୟକ୍ତି ହିଁ ଅସଲ ବନ୍ଧୁ । ଗତକାଲି ବିଳମ୍ବିତ ରାତ୍ରିରେ ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମର ଶଶା ସାହୁଙ୍କ ପୁଅ ସୋନୁ ସାହୁ (୨୫) କୌଣସି କାରଣରୁ ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୁଅ ବିଷ ଖାଇଥିବା ଖବର ପାଇ ପରିବାର ଲୋକେ ତୁରନ୍ତ ଗୋଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରିଥିଲେ । କିନ୍ତୁ ସୋନୁ ଅଧିକ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରେ କରିଥିଲେ ଡାକ୍ତର । ଦୁଃଖରେ ବିଷୟ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରି ଦେଇଥିଲେ । କିନ୍ତୁ ଅର୍ଥ ଅଭାବରୁ ଶବ ଗାଁକୁ ପହଞ୍ଚି ପାରୁନଥିଲା । ଠିକ ସେହି ସମୟରେ ସୋସିଆଲ ୱେଲଫେର ଅର୍ଗାନାଇଜେସନର କର୍ମକର୍ତ୍ତା ମଣିଷତ୍ୱ ଦେଖାଇ ସହଯୋଗର ହାତ ବଢ଼ାଇଥିଲେ ଏବଂ ସ୍ଥାନୀୟ ସ୍ମଶାନରେ ଶବ ସତ୍କାର କରିଛନ୍ତି ।

hiring
hiranchal ad1
Leave A Reply

Your email address will not be published.

nineteen − 17 =