ସୁର ରାଉତରାୟଙ୍କୁ କରୋନା

0 107

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନାରେ ପୀଡିତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି । ସୁରଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ପୀଡିତ ହୋଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ସେ ସାଧାରଣ ଜୀବନରେ ଥିବାରୁ ତାଙ୍କ ସହିତ ଗତ ସପ୍ତାହ ମଧ୍ୟରେ ଯେଉଁମାନେ ମିଶିଛନ୍ତି ସେମାନେ କୋଭିଡ ନିୟମ ଦୃଷ୍ଟି କୋଣରୁ କରୋନା ପରୀକ୍ଷା କରାଇନେବା ଭଲ ହେବ । ଏହାଦ୍ୱାରା ସମୂହ ସଂକ୍ରମଣରୁ ଆମେ ସମସ୍ତେ ରକ୍ଷା ଏକ ସୁସ୍ଥ ସମାଜ ଗଠନ କରିପାରିବା । ଉଲ୍ଲେଖଯୋଗ୍ୟ ଯେ, କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ଶେଷ ହେବା ବେଳକୁ ଏବଂ କରୋନା ଭୟାଭହତା ସମୟରେ ମାସ୍କ ନପିନ୍ଧି କରୋନାକୁ ଜିତିଥିବାର ଦମ୍ଭୋକ୍ତି ଦେଖାଉଥିବା ଶ୍ରୀ ରାଉତରାୟ ଏବେ କରୋନାରେ ପୀଡିତ ହୋଇଥିବାରୁ ମାସ୍କ ପିନ୍ଧିବା ଏବେବି ଜରୁରୀ ଏହା ସୂଚନା ଦେଉଅଛି ।

hiranchal ad1
Leave A Reply

Your email address will not be published.

one × 5 =