ଅଜଣା ବ୍ୟକ୍ତିଙ୍କ ଶବସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ’

0 111

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲର ମେଡିସିନ ୱାର୍ଡରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ’ ପକ୍ଷରୁ ରାଜଘାଟ ଶ୍ମଶାନରେ କରାଯାଇଛି । ଗୁରୁତର ଅସୁସ୍ଥ ଅବସ୍ଥାରେ ତାହାର ଚିକିତ୍ସା ପାଇଁ କେହି ଜଣେ ଦୟା ପୂର୍ବକ ଆଣି ଭର୍ତ୍ତି କରି ଦେଇଥିଲେ ଓ ଚିକିତ୍ସକଙ୍କ ବିପୁଳ ଚେଷ୍ଟା ସତ୍ତେ୍ୱ ତାଙ୍କ ଅବସ୍ଥାରେ ଧିରେ ଧିରେ ଅବନତି ସହିତ ସେ ମୃତ୍ୟୁ ବରଣ କରିଥିଲେ । ଏପରି ଅବସ୍ଥାରେ ତାହାର ମୃତଦେହ ନେବାକୁ କେହି ଆସି ନ ଥିଲେ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପରେ ଦାହ ସଂସ୍କାର ପାଇଁ ତାହା ସମ୍ବଳକୁ ଦିଆଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଏହିପରି ୫୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ସମ୍ବଳ ପକ୍ଷରୁ ଶବସତ୍କାର ସହିତ ସେମାନଙ୍କ ଅନ୍ତେଷ୍ଟିକ୍ରିୟା ଆଦି ସମୁଚିତ ବିଧିପୂର୍ବକ କରାଯାଇଛି ।

hiranchal ad1
Leave A Reply

Your email address will not be published.

seven − seven =