ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ,  ନିଲମ୍ବିତ ହେଲେ ସଂପୃକ୍ତ ଡାକ୍ତର

0 206

ଭୁବନେଶ୍ୱର;ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ମହିଳା ଶ୍ରୀମତୀ ମମତା ନାୟକଙ୍କ ମୃତ୍ୟୁ ବିଷୟ ସମ୍ବାଦ ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ଇତି ମଧ୍ୟରେ ସଂପୃକ୍ତ ଡାକ୍ତରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

hiring

                   ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ରାଜ୍ୟ ସ୍ତରରୁ ତିନିଜଣିଆ ଏକ୍ସପର୍ଟ ଟିମ୍ ପଠାଯାଇଛି । ଟିମ୍ ନୟାଗଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ରିପୋର୍ଟ ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ  ସ୍ପଷ୍ଟ କରିଦିଆଯାଇଛି । ତଦନ୍ତ ଶେଷ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏକ୍ସପର୍ଟ ଟିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

hiranchal ad1
Leave A Reply

Your email address will not be published.

five × 5 =