ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ୫-ଟି ସଚିବ

0 116

ପୁରୀ : ପୁରୀ ତାଳବଣିଆର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୫-ଟି ସଚିବ । ପୁରୀର ହଜାର ହଜାର ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲୋକଙ୍କ ହାତରୁ ଅନେକ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ୫ଟି ସଚିବ । ଜମିପଟା ଏବଂ ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣିବି ବୋଲି କହିଛନ୍ତି ୫-ଟି ସଚିବ । ପିଇବା ପାଣି, ରାସ୍ତା ଏବଂ ବିଭିନ୍ନ ସମସ୍ୟା ଉପରେ ଦରଖାସ୍ତ ଗ୍ରହଣ କରିଛନ୍ତି ୫-ଟି ସଚିବ । ସେହିପରି ପୁରୀ ଚାଷୀ ଭାଇ ଭଉଣୀଙ୍କ ଅଭିଯୋଗ ପତ୍ରର ପ୍ରଥମେ ସମାଧାନ କରାଯିବ ବୋଲି କହିଛନ୍ତି ୫-ଟି ସଚିବ । ସେପଟେ ଆଜି ପୁରୀରେ ୫ଟି ସଚିବ ଭିକେ ପାଣ୍ଡିଆନ ପୁରୀ ତାଳବଣିଆ ପଡିଆ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ପୁରୀର ବିଭିନ୍ନ ସ୍କୁଲ କଲେଜରୁ ହଜାର ହଜାର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀର ସମସ୍ତ +୨ ଏବଂ +୩ କଲେଜ କୁଡ଼ିକ ୫-ଟି ରୂପାନ୍ତିକରଣରେ ସମିଲ କରାଯାଇଛି ବୋଲି କହିଥିଲେ ୫-ଟି ସଚିବ । ଏଥିସହ ସମସ୍ତ କଲେଜ ଗୁଡିକ ଉନ୍ନତିକରଣ ନିମନ୍ତେ ୫୦କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରାଯିବା ନେଇ କହିଛନ୍ତି ୫ଟି ସଚିବ । ଏକ ମାସ ମଧ୍ୟରେ ସମସ୍ତ କଲେଜ ଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ୬ମାସ ମଧ୍ୟରେ ଶେଷ କରିବା ଲାଗି ଲକ୍ଷ୍ୟ ରଖା ଯାଇଛି । ଛାତ୍ର ଛାତ୍ରୀ ମାନେ ସ୍ମାର୍ଟ କ୍ଲାସ ରୁମ ସହ ଇ-ଲାଇବ୍ରେରୀ, ଆଦି ସୁବିଧା ପାଇ ପାରିବେ ଛାତ୍ର ଛାତ୍ରୀ । ଛାତ୍ରଛାତ୍ରୀ ମାନେ ନିଜର ଉତ୍ତମ ଭବିଷ୍ୟତ ଗଠନ କରିବା ସହ ପାଠପଢା ଏବଂ ଆତ୍ମବିଶ୍ୱାସ ନିହାତି ଆବଶ୍ୟକ ବୋଲି ଛାତ୍ର ଛାତ୍ରୀମାନଙ୍କୁ କହିଛନ୍ତି ଭିକେ ପାଣ୍ଡିଆନ । ଛାତ୍ର ଛାତ୍ରୀ ମାନେ ମଧ୍ୟ ୫ଟି ସଚିବଙ୍କୁ ଭେଟି ବେଶ ଖୁସି ବ୍ୟକ୍ତ କରିବା ସହ ଭବିଷ୍ୟତରେ ପାଠ ପଢି କିଏ ଆଇଏଏସ ହବ ତ ଆଉ କିଏ ଡକ୍ଟର ଏବଂ ଆଇଏସ ହେବା ନେଇ କହିଥିଲେ ଛାତ୍ର ଛାତ୍ରୀ ମାନେ । ଆପଣ ମାନେ ପାଠ ପଢନ୍ତୁ ମୁଖ୍ୟମନ୍ତ୍ରୀ ଆପଣଙ୍କ ମାନଙ୍କ ସହ ଅଛନ୍ତି ବୋଲି ସେ କହିଥିଲେ । ଗୁରୁଙ୍କୁ ସମ୍ମାନ ଏବଂ ଜୀବନରେ ଶୃଙ୍ଖଳା ଛାତ୍ର ଜୀବନ ନିଶ୍ଚୟ ସଫଳତା ଦେଇଥାଏ । ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଜୀବନ ଶୈଳୀ ଏବଂ ଏକାଗ୍ରତା ଆଣିଲେ ଉତ୍ତମ ଭବିଷ୍ୟତ ଗଢି ପାରିବେ ବୋଲି କହିଛନ୍ତି ୫ଟି ସଚିବ । ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

hiring

hiranchal ad1
Leave A Reply

Your email address will not be published.

20 − nineteen =