ଭାଲୁ କାମୁଡ଼ାରେ ଜଣେ ଗୁରୁତର

0 271

କୋରାପୁଟ : କୋରାପୁଟ ଜିଲା ସଦର ବ୍ଲକ୍ ତଥା ସଦର ଥାନା ଅନ୍ତର୍ଗତ କେନ୍ଦାର ପଂଚାୟତ ର ମସ୍ତିଗୁଡା ଗ୍ରାମ ରେ ରବିବାର ଭୋର ସକାଳେ ଭାଲୁ କାମୁଡ଼ାରେ ଲଛନ ରଣା (50) ଗୁରୁତର ହୋଇଛନ୍ତି । ଗ୍ରାମର ଲଛନ ବିଳମ୍ବିତ ନିଜ ନିତ୍ୟକର୍ମ ସାରି ଘରକୁ ଫେରୁଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ମୁହଁ ମୁଣ୍ଡ. ଛାତି ଗୋଡ଼ ରେ ଗଭୀର କ୍ଷତ ହୋଇଥିବା ଜଣା ପଡିଛି.ଭାଲୁ ଆକ୍ରମଣ ସଂପର୍କରେ ଜାଣି ଗ୍ରାମ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ କୋରାପୁଟ ଶହୀଦ ଲକ୍ଷ୍ମଣ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗ୍ରାମ ନିକଟରେ ଥିବା ପାହାଡରେ ଭାଲୁଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଥିବା ବେଳେ ଲୋକେ ଆକ୍ରମଣର ଶିକାର ହେଉଥିବା ଗ୍ରାମବାସୀଙ୍କ ଠାରୁ ଜଣାପଡ଼ିଛି । କେବଳ ଏହି ଅଞ୍ଚଳ ରେ ନୁହେଁ କୋରାପୁଟ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଭାଲୁ ଆକ୍ରମଣର ଶିକାର ହୋଇ ଅନେକ ଆହତ ହୋଇଥିବା ଜଣା ପଡିଛି । ତେଣୁ ଏଦିଗରେ ବନବିଭାଗ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିବା ସହ ଆହତ ମହିଳାଙ୍କ ନିମନ୍ତେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 − 5 =