କିଟ୍‌ ପକ୍ଷରୁ କନ୍ଧମାଳରେ ଜନଜାତି କିଶୋରୀ କଲ୍ୟାଣ କାର୍ଯ୍ୟକ୍ରମ

0 107

ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ବାଳିକାଙ୍କ କଲ୍ୟାଣ ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ବେଲପଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ୍‌, ଫୁଲବାଣୀ ପିଏ-ଆଇଟିଡିଏ ବିରେନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା, ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ପ୍ରବୀନ କୁମାର ବଣୁଆ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରୂପଶ୍ରୀ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ । କିଟ୍‌ ପକ୍ଷରୁ ପ୍ରଫେସର ରୋଜାଲିନ୍‌ ମିଶ୍ର ଏହି କାର୍ଯ୍ୟକ୍ରମ ଜରିଆରେ କନ୍ଧମାଳ ଜିଲ୍ଲାରେ କିଶୋରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଓ ସ୍ୱଚ୍ଛ ପାନୀୟ ଜଳ ପ୍ରତି କିପରି ସଚେତନ ହୋଇପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । କିମସର ଅଭିଜ୍ଞ ଡାକ୍ତରୀ ଦଳ ଆସି ସ୍କୁଲ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ତଥା କିଶୋରୀ ବାଳିକା ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ,ମୁଖ ଗହ୍ୱର ପରୀକ୍ଷା କରିବେ । କିମ୍‌ସ ସ୍ତ୍ରୀ ରୋଗ ବିଶେଷଜ୍ଞ ଜ୍ୟୋତ୍ସ୍ନାମୟୀ ପଣ୍ଡା ଓ ଡା ସୁଧାଂଶୁ ରଥ ଉପସ୍ଥିତ କିଶୋରୀମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଗତ ପରାମର୍ଶ ଦେଇଥିଲେ ଏବଂ ବିଶୁଦ୍ଧ ପାନୀୟ ଜଳ କିପରି ପାଇପାରିବେ ଅନ୍ତେବାସୀଙ୍କୁ ବୁଝାଇଥିଲେ । କିଟ ସ୍କୁଲ ଅଫ ଆପ୍ଳାଏଡ ସାଇନ୍ସର ଡିନ ପ୍ରଫେସର ପ୍ରଶାନ୍ତ କୁମାର ରଥ ସ୍ୱଚ୍ଛ ପାନୀୟ ଜଳ କିଭଳି ଚୟନ କରାଯିବ ସେ ନେଇ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ୧୬ ଟି ସ୍କୁଲରେ ବିଭିନ୍ନ ପର୍ଯ୍ୟାୟରେ ଆୟୋଜନ କରାଯିବ ।

hiring

Read about permalinks(opens in a new tab)

hiranchal ad1
Leave A Reply

Your email address will not be published.

15 + three =