ରାଜଧାନୀରେ ପରିବା ଦର ଆକାଶ ଛୁଆଁ, ବାଇଗଣ କିଲୋ ଏତିକି

0 109

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ନିଦ ହଜାଇଥିବା ବେଳେ ଏବେ କନ୍ଦାଉଛି ପରିବା ଦର । ପରିବା କଣିବା ପାଇଁ ଏବେ ଡରିଲେଣି ଲୋକ । କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ସବୁ ପରିବାର ଦର ଆକାଶ ଛୁଆଁ ରହିଛି । ହେଲେ ବାଇଗଣ ଦର ପେଟ୍ରୋଲ, ଡିଜେଲ ସହ ତାଳ ଦେଇ ସେଞ୍ଚୁରୀ ମାରିବା ସହ ନୂଆ ରେକର୍ଡ ସୃଷ୍ଟି କରିଛି । ରାଜଧାନୀବାସୀଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି ବାଇଗଣ । ୧୦୦ ପାର କରିଛି ଦର । ସ୍ଥିତି ଏମିତି ଆଉ ପଖାଳ କଂସା ପାଖରେ ବାଇଗଣ ଭର୍ତ୍ତା ଦେଖିବାକୁ ମିଳୁନି ।
ଖାଲି ବାଇଗଣ କାହିଁକି ରାଜଧାନୀ ବଜାରରେ ସବୁ ପରିବାର ଦର ଆକାଶ ଛୁଆଁ । ଟଙ୍କା ୫୦୦ରେ ବି ବ୍ୟାଗ୍‌ ଅଧା ଭର୍ତ୍ତି ହେଉନି । ପୋଟଳ ୬୦ ଟଙ୍କା ଥିବା ବେଳେ ବିଲାତି ଦାମ ୫୦ରୁ ଅଧିକ ରହିଛି । ବିନ୍ସ ବି ବାଇଗଣ ସହ ଟକ୍କର ଦେଉଛି । ବିନ୍ସ ଦର ୮୦ରୁ ଅଧିକ ରହିଛି । ଜହ୍ନି ହେଉ କି ଝୁଡ଼ଙ୍ଗ ଅଥବା ମାଟିଆଳୁ ସବୁର ମୂଲ୍ୟ ୬୦ ଉପରେ । ଯେଉଁଠି କଖାରୁ ୧୦ ଟଙ୍କାରେ ପାଏ ମିଳୁଥିଲା ଏବେ ୨୦ରୁ ୨୫ ଟଙ୍କା । କିଣିବା କଥା ଛାଡ଼ନ୍ତୁ, ପରିବା ବେପାରୀଙ୍କୁ ଦର ପଚାରିବାକୁ ବି ଡର ଲାଗୁଛି । ଏବେ କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ଅଧିକାଂଶ ଲୋକଙ୍କ ଘରକୁ ଆମିଷ ଯାଉନାହିଁ । ଆଉ ନିରାମିଷ ଖାଇବାକୁ ହେଲେ ପରିବା ତ ନିହାତି ଦରକାର । ହେଲେ ବଜାରରେ ଦର ଯାହା ଶୁଣିଲେ ମୁଣ୍ଡ ବୁଲାଇ ପକାଉଛି ।

hiranchal ad1
Leave A Reply

Your email address will not be published.

1 × two =