ନିଆଁରେ ପୋଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ବାଧକ ଘଟଣା, ଛାତ୍ରୀଙ୍କ ଘରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

0 163

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀ ସାହି ର ରାମ ଚନ୍ଦ୍ର ପାତ୍ରଙ୍କ ବଡ ଝିଅ ତାରା ପାତ୍ର ଜେଜେବାପାଙ୍କ ଘରେ ରୋଷେଇ କରିବା ବେଳେ ଦେହରେ ନିଆଲାଗିଯାଇଥିଲା । ଚିକିତ୍ସା ପାଇଁ ଦାରିଙ୍ଗବାଡିଠାରୁ ଆରମ୍ଭ କରି କଟକ ଯାଏଁ ଯାଇଥିବା ବେଳେ ଅର୍ଥ ଅଭାବରୁ ଘରକୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ । ଏନେଇ ଖବର ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ଦେଖାଦେଇଛି । ଆଜି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଯାକେଶ ସାମନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ (ଏମ.ଏଚ.ୟୁ) ଏଏନଏମ ଅନନ୍ତ୍ରୀ ଦିଗାଲ ତାରାଙ୍କ ଘରେ ପହଞ୍ଚି ସମସ୍ତ କାଗଜପତ୍ର ସଂଗ୍ରହ କରିବା ସହିତ ଆଧାରକାର୍ଡ ବ୍ୟାଙ୍କ ପାସବୁକ ଇତ୍ୟାଦି ନେଇଛନ୍ତି ଏବଂ ଝିଅଟିର ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ । ସୂଚନା ପ୍ରକାରେ ତାରା କିରିକୁଟି ଉଚ୍ଚ଼ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଭୁବନେଶ୍ୱରରୁ ଜେଜେବାପାଙ୍କ ସହିତ ଗାଁ କୁ ଆସିଥିବା ବେଳେ ଜେଜେବାପାଙ୍କ ଘରେ ଏକୁଟିଆ ରୋଷେଇ କରିବା ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା କ୍ଷସରକାର ଝିଅକୁ ମାଗଣା ଚିକିତ୍ସା କରିବା ପାଇଁ ପିତାମାତା ନିବେଦନ କରିଥିବା ବେଳେ ଆଜି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଘରେ ପହଞ୍ଚି ଥିବାରୁ ଝିଅର ଚିକିତ୍ସା ହୋଇପାରିବା ନେଇ ଆଶା ବାନ୍ଧିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − nine =