ହସ୍ପିଟାଲ୍‌ରେ ସଂକ୍ରମଣର ଅଧିକ ଆଶଙ୍କା

0 83

ଭୁବନେଶ୍ବର: କୋଭିଡ୍ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ ।  ତେଣୁ ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ଯେଉଁମାନଙ୍କର ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠି ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତିକି ଓପିଡିର ଆଟେଣ୍ଡାନ୍ସ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ଯେଭଳି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଛି ।

hiring

ରାଜ୍ୟରେ ସଟଡାଉନ ଓ ଲକଡାଉନ ଆବଶ୍ୟକ କି ବୋଲି ପ୍ରଶ୍ନରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ୧୦ ହଜାର, ୧୨ ହଜାର ଦୈନିକ ସଂକ୍ରମଣରେ ଦ୍ବିତୀୟ ଲହରର ପ୍ରଭାବ ଦେଖନ୍ତୁ, ଏଥରର ପ୍ରଭାବ ଦେଖନ୍ତୁ । ସବୁ ଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସରକାର କ’ଣ ପଦକ୍ଷେପ ନେଉଛନ୍ତି, ଆମେ ତାହାକୁ ଅପେକ୍ଷା କରିବା । ଆମେ ବାରମ୍ବାର କହୁଛୁ, ସଂକ୍ରମଣ ବଢ଼ୁଛି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରି ରଖୁଛୁ । ସର୍ଭେଲାନ୍ସ ଚାଲିଛି, ଟିକାକରଣ ଚାଲିଛି । ଗତବର୍ଷ ଏହି ପଜିଟିଭ ହାର ଓ ଏବର୍ଷର ହାର ଦେଖିଲେ, ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି ।  ସରକାର ଉଚିତ ପଦକ୍ଷେପ ନେଉଛନ୍ତି ।  ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

seven − five =