ବିଜେଡିର ମିଶ୍ରଣ ପର୍ବ, ଅନ୍ୟ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ ପଦ୍ମନାଭ

0 179

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଧର୍ମଶାଳା ଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଯୁବ ନେତା କୃତ୍ତିବାସ ମିଶ୍ରଙ୍କ ଦ୍ୱାରା ଆୟୋଜିତ ଓ ଜ଼ିଲ୍ଲା ବିଜୁ ଛାତ୍ର ଜନତା ଉପ ସଭାପତି ଅମୀୟ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାକୁ କୃତ୍ତିବାସ ଚାନ୍ଦ ସଂଯୋଜନା କରିଥିଲେ । ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରାକ୍ତନ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷ ଝସ କେତନ ବଘାର, ଯୁବ ନେତା ବିହାରୀ ଲାଲ ମିଶ୍ର, ମୁଣ୍ଡୋଘାଟ ସରପଞ୍ଚ ରଂଜିତା ଭୋଇ ଅତିଥି ଭାବେ ଯୋଗଦେଇ ବିଜେଡିରେ ଯୋଗ ଦେଇଥିବା ସମସ୍ତ ନେତାଙ୍କୁ ଦଳୀୟ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ଏ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ମିଶ୍ର, ପ୍ରାକ୍ତନ ସରପଞ୍ଚ କବିତା ଜଗଦଲା, ନରସିଂହ ଦାଶ, ରଞ୍ଜୁ ସେଠି, ସମିତି ସଭ୍ୟ ରବି ସେଠି, ଶଙ୍କର ମହାପାତ୍ର, ସନ୍ତୋଷ ମେଣ୍ଡେଲିଙ୍କ ସମେତ ବିଜେପି ଓ କଂଗ୍ରେସର ୫୦ରୁ ଉଦ୍ଧ୍ୱର୍ ନେତା କର୍ମୀ ଯୋଗ ଦେଇ ଦଳୀୟ ଶୃଙ୍ଖଳାର ସହ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − 3 =