ମହାପ୍ରଭୁଙ୍କ ପାଇଁ ଚାଲିଛି ପୋଡପିଠା ପ୍ରସ୍ତୁତି

0 135

ପୁରୀ : ବାହୁଡା଼ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମାଙ୍କ ହାତରୁ ପୋଡପିଠା ଖାଇବା ପରମ୍ପରା ରହିଛି ।ବାହୁଡା଼ ଯାତ୍ରା ଅବସରରେ ମାଉସୀ ମାଙ୍କ ପୂଜକ ବିଶ୍ୱନାଥ ମିଶ୍ର ମାଉସୀ ମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି ।ପୋଡପିଠା ପ୍ରସ୍ତୁତି ବି ନିଆରା । ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀଘିଆ ଆଦିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଏ । ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଯାଇଥାଏ ।ଥଣ୍ଡା ହେବାପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ ପରେ ତିନି ଠାକୁରଙ୍କୁ ତିନୋଟି କୁଡ଼ୁଆରେ ସମର୍ପଣ କରାଯାଇଥାଏ । ଇତି ମଧ୍ୟରେ ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ଅତ୍ୟନ୍ତ ଶୁଦ୍ଧ ପୁତ୍ତ ଭାବେ ବିଶ୍ୱନାଥ ଏହି ପୋଡ଼ ପିଠା ପ୍ରସ୍ତୁତ କରୁଛନ୍ତି ।ଯାହା ବାହୁଡା଼ ଯାତ୍ରାରେ ମାଉସୀ ମାଙ୍କ ସମ୍ମୁଖରେ ରଥାରୂଢ଼ ମହାପ୍ରଭୁଙ୍କୁ ଅର୍ପଣ କରାଯିବ ।

hiranchal ad1
Leave A Reply

Your email address will not be published.

twelve − 3 =