ସୁବର୍ଣ୍ଣପୁର : ଆଜି ସହରର ଅଗ୍ରଣୀ ସଂଗଠନ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସହରରେ ଆୟୋଜିତ ଜଳ ଛତ୍ର ସେବା କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ସଦର ଥାନା ଅଧିକାରୀନିରଞ୍ଜନ ଦାଶ ଓ ପ୍ରାକ୍ତନ ନଗରପାଳ ପ୍ରକାଶ ସାହୁ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରି ସଂଗଠନର ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଆସନ୍ତାକାଲିଠାରୁ ଲୋକଙ୍କୁ ପାଣି ବିତରଣ ପାଇଁ ସୋନପୁର ଥାନା ପକ୍ଷରୁ ଦୁଇ ଜଣ କର୍ମଚାରୀଙ୍କୁ ସ୍ୱତନ୍ତ୍ର ନିଯୁକ୍ତି ଦିଆଯିବା ସହିତ ପୋଲିସ ପକ୍ଷରୁ ଏହି ଶିବିରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଥିବା ବେଳେ ଖୁବ ଶୀଘ୍ର ପୌର ପରିଷଦ ପକ୍ଷରୁ ମଧ୍ୟ ସହରର ସବୁ ୱାର୍ଡର ମୁଖ୍ୟ ଛକ ମାନଙ୍କରେ ଜଳ ଛତ୍ର ଶିବିର ମାନ ଆରମ୍ଭ କରାଯାଇ ଥଣ୍ଡା ପାନୀୟର ମଧ୍ୟ ସୁ -ବ୍ୟବସ୍ଥା କରାଯିବ ବୋଲି ପ୍ରାକ୍ତନ ପୌରାଧ୍ୟକ୍ଷ ଶ୍ରୀ ସାହୁ ମତ ପ୍ରକାଶ କରିଥିଲେ । ସ୍ୱଚ୍ଛ ଭାରତର ଏଇ ମହତ ଅଭିଯାନକୁ ପୌର ପରିଷଦ ପକ୍ଷରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ । ସଂଗଠନ ର ସଭାପତି ଲଷ୍ମୀ ନାରାୟଣ ମେହେରଙ୍କ ସଭାପତିତ୍ୱ ଓ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମହତ କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ବିନୋଦ ମେହେର, ବୃନ୍ଦାବନ ରଥ, ପଦ୍ମାବତୀ ମେହେର, ଇନ୍ଦୁମତୀ ପୁରୋହିତ, ଜୟନ୍ତୀ ରଥ, ପ୍ରମୋଦ ସାହୁ, ଲଡ଼ୁ କିଶୋର ମଲ୍ଲିକ, ଚୌଧୁରୀ ବିଭାର, ନାରାୟଣ ରଥ, ରାଜେଶ ଦଳେଇ, ପ୍ରମୁଖ ସହଯୋଗ କରି ଲୋକଙ୍କୁ ପାଣି ବିତରଣ କରିଥିଲେ । ଅତିଥି ଶ୍ରୀ ଦାଶ ଓ ଶ୍ରୀ ସାହୁଙ୍କୁ ଫୁଲ ତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ସଂଗଠନ ପକ୍ଷରୁ ଶ୍ରୀମତୀ ପଦ୍ମାବତୀ ମେହେର ଓ ଇନ୍ଦୁ ମତି ପୁରୋହିତଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।