କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାଳିତ

0 173

ପାରଳାଖେମୁଣ୍ଡି : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଭକ୍ତି ସଙ୍ଗୀତ ସଂସଦର ମିଳିତ ସହଯୋଗରେ କବି କଳହଂସ ଗୋପାଳକୃଷ୍ଣଙ୍କ ଜୟନ୍ତୀ ପାରଳା ଟାଉନ୍‌ ହଲ୍‌ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ । ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ବୃନ୍ଦ ବିରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଜ୍ଞାନ ରଞ୍ଜନ ମାଝୀ, ଡେପୁଟି କଲେକ୍ଟର, ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ , ଶ୍ରୀମତି ନିର୍ମଳା ସେଠୀ, ଅଧ୍ୟକ୍ଷା, ପାରଳା ପୌର ପରିଷଦ, ବନମାଳୀ ଶତପଥୀ ନିର୍ବାହୀ ଅଧିକାରୀ, ପାରଳା ପୌର ପରିଷଦ ଯୋଗ ଦେଇ ଗୋପାଳକୃଷ୍ଣଙ୍କ ଜୀବନୀ ଓ ତାଙ୍କର ସାହିତ୍ୟ କୃତି ଉପରେ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ନରେନ୍ଦ୍ରପୁରସ୍ଥିତ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଡା଼ ହୃଷିକେଶ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗୋପାଳକୃଷ୍ଣଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ମଧ୍ୟ ଯୁଗୀୟ କବି ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି ଉପସ୍ଥାପନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତୀର୍ଥବାସୀ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସଭା ଶେଷରେ କାର୍ଯକାରୀ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟ ଗୁରୁ ସୁଶ୍ରୀ ଡି ପ୍ରିୟଙ୍କା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ସଂଯୋଜନାରେ କବି କଳହଂସ ଗୋପାଳକୃଷ୍ଣଙ୍କ ରଚିତ ପଦ୍ୟାବଳୀରୁ ସଂଗୃହୀତ ସଙ୍ଗୀତ ଭକ୍ତି ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀମତି ବବିତା ପୁରୋହିତ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen + 12 =