ପ୍ରାକ-ଐତିହାସିକ ଶୀଳାଚିତ୍ର ଉପରେ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ଉଦଘାଟିତ

0 69

ସମ୍ବଲପୁର:ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଳୟ “ତପସ୍ୱିନୀ’ ଠାରେ ଆଜି ଏକ ତ୍ରିଦିବସୀୟ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ପ୍ରାକ-ଐତିହାସିକ ଶୀଘାଚିତ୍ର (ରକ ଆର୍ଟ) ଉପରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ବାହାରୁ ଓ ଏପରିକି ବିଦେଶରୁ ପ୍ରତିନିଧି ଆସି ଏଥିରେ ସାମିଲ ହୋଇଛନ୍ତି । ବିଶେଷ ଅତିଥି ରୂପେ ଆମନ୍ତ୍ରିତ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ନିଜ ସମ୍ବୋଧନରେ କହିଲେ ସେ ଏହି ସମ୍ମିଳନୀର ସଫଳତା ପାଇଁ ହୃଦୟରୁ କାମନା କରୁଛନ୍ତି । କାରଣ ତାଙ୍କର ନିର୍ବାଚନ କ୍ଷେତ୍ର ରେଢ଼ାଖୋଲ ଅଞ୍ଚଳରେ ଅନେକ ପ୍ରାକ-ଐତିହାସିକ ଶୀଳାଚିତ୍ର ଆବିଷ୍କୃତ ହୋଇଛି । ଏହି ସମ୍ମିଳନୀର ପ୍ରତିନିଧିମାନେ କ୍ଷେତ୍ର ପରିଦର୍ଶନ ପାଇଁ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଜାତୀୟ ସମ୍ମିଳନୀ ଓ ଏବିଷୟରେ ଆଗକୁ ଅନୁଧ୍ୟାନ ପାଇଁ ସମସ୍ତ ଆବଶ୍ୟକ ସରକାରୀ ସୁବିଧା ଯୋଗାଇଦେବାକୁ ସେ ପ୍ରସ୍ତୁତ ରହିଛନ୍ତି । ମୁଖ୍ୟ ଅତିଥି ରୂପେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋ. ଏନ୍‌ ରଙ୍ଗାରାଜୁ ଏହାର ଉଦଘାଟନ କରିଥିଲେ ।

hiring

ପ୍ରୋ. ସଦାଶିବ ପ୍ରଧାନ ଏହି ଅବସରରେ ରକ ଆର୍ଟ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇ କହିଲେ ଯେ ମଣିଷ ସଭ୍ୟ ହୋଇ ସମାଜ ଗଠନ କରିବା ପୂର୍ବରୁ ଗହନ ବଣ ମଧ୍ୟରେ ଶୈଳାଶ୍ରୟକୁ ପ୍ରଥମେ ଆଶ୍ରୟସ୍ଥଳୀ ରୂପେ ବାଛି ସେଠାରେ ରହିବା ଆରମ୍ଭ କରିଥିଲା । ସେଠାରେ ନିଜ ଭାବନା ପ୍ରକାଶ କରିବା ପାଇଁ ପ୍ରାୟ ପଚାଶ ହଜାର ବର୍ଷ ପୂର୍ବେ ଶୈଳଭିତ୍ତିରେ ଛୋଟ ପଥର କିମ୍ବା ମାଟି ଖଣ୍ଡ ସାହାଯ୍ୟରେ ବିଭିନ୍ନ ଆକୃତି ଆଙ୍କିଥିଲା ଯାହାକି ରକ ଆର୍ଟ ରୂପେ ପରିଚିତ । ଓଡ଼ିଶାରେ ଆବିଷ୍କୃତ ରକ ଆର୍ଟ ଅଞ୍ଚଳ ମଧ୍ୟରୁ ଅଧିକାଂଶ ଅବିଭକ୍ତ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଉପଲୁ ରହିଛି, କିନ୍ତୁ ଏବିଷୟରେ ଆଉ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି । ଏଣୁ ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିପାଇଁ ଆଗେଇ ଆସିବା ଉଚିିତ ।

hiranchal ad1
Leave A Reply

Your email address will not be published.

three × three =