ହରଭଙ୍ଗା :ଭାରସାମ୍ୟ ହରାଇ ଗଛରେ ଧକ୍କା ହୋଇ 15ଫୁଟ ତଳକୁ ଖସିଲା ବିଦ୍ୟୁତ୍ ବିଭାଗ ବୋଲେରୋ। ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଯନ୍ତ୍ରୀଙ୍କ ସମେତ ଦୁଇ କର୍ମଚାରୀ ଗୁରୁତର l ସମସ୍ତଙ୍କୁ ପ୍ରଥମେ ପୁରୁଣାକଟକ ଓ ପରେ ସଂକଟାପନ୍ନ ହେବାରୁ ଯନ୍ତ୍ରୀ ଓ ଦୁଇ କର୍ମଚାରୀଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ l ସୂଚନା ଅନୁଯାଇ ମଙ୍ଗଳବାର ଅପରାହ୍ନ ପ୍ରାୟ 3ଘଣ୍ଟା ସମୟରେ ଟିପିଏସଏଲଓଡିଏଲ ଚାରିଛକ ଫିଡ଼ରରେ କାର୍ଯ୍ୟରତ OD 02BA1213 ନଂ ଥିବା ବୋଲେରୋ ଗାଡି ବୌଦ୍ଧକୁ କୌଣସି କାର୍ଯ୍ୟରେ ଯାଇ 57ନଂ ଜାତୀୟ ରାଜପଥରେ ଚାରିଛକ ଫେରୁଥିବା ବେଳେ ପୁରୁଣାକଟକ ଥାନା ବଡବନ୍ଧ ନିକଟରେ ଭାରସାମ୍ୟ ହରାଇ ଡାହାଣ ପଟ ଏକ କୃଷ୍ଣ ଚୁଡା ଗଛ ରେ ଧକ୍କା ହୋଇ 15ଫୁଟ ବିଲ ତଳକୁ ଖସି ପଡିଥିଲା l ଘଟଣା ସ୍ଥଳରେ ଗାଡ଼ି ଚାଲକ ଶିବ ନାଗଙ୍କ (46) ଚାରିଛକ ଅଞ୍ଚଳ ର ମୃତ ହୋଇଥିବା ବେଳେ ଗାଡ଼ିରେ ବସିଥିବା ଚାରିଛକ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ପାଣିଗ୍ରାହୀ (26,ବୁର୍ଲା ଅଂଚଳ ର) ଙ୍କ ସମେତ 2 କର୍ମଚାରୀ ସମୀର ନାଏକ(24,ଅସ୍ତରଙ୍ଗ ), ଓ ସଂଗ୍ରାମ ସାହୁ (22,ନୟାଗଡ଼ )ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ନିଜ ଚେଷ୍ଟାରେ ଗାଡି ଭିତରୁ ସମସ୍ତଙ୍କୁ ଉଦ୍ଧାର କରିବା ପ୍ରୟାସ ଜାରି ରଖି ଚାରିଛକ ଅଗ୍ନିଶମକୁ ଖବର ଦେଇଥିଲେ l ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ସମସ୍ତଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତି କରିଥିବା ବେଳେ ଡ୍ରାଇଭର ଶିବ ନାଗଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ l ଅନ୍ୟପଟେ ଯନ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି l ସେପଟେ ଦୁର୍ଘଟଣା ପୁରୁଣାକଟକ ଡାକ୍ତରଖାନାରେ ପୁରୁଣାକଟକ ପୋଲିସ ପହଁଚି ମୃତକ ଶିବ ନାଗଙ୍କ ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ପଠାଇବା ଜାରି ରଖିବା ସହିତ ଦୁର୍ଘଟଣା ତଦନ୍ତ ଚାଲୁ ରଖିଛି l
