ସୁବର୍ଣ୍ଣପୁର : ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶରେ ଗତକାଲି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଳା ଯୋଗାଣ ବିଭାଗ ଦ୍ୱାରା ତତ୍ତ୍ୱାବଧାରକ ମନୋଜ କୁମାର ସାହୁଙ୍କ ଖମ୍ବେଶ୍ୱରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉରେ ସମ୍ପୃକ୍ତ ବ୍ୟବସାୟର ଆନୁସଙ୍ଗିକ ଯାଞ୍ଚ ପରେ ଗୋଦାମରୁ ୧୯ କେଜି ଓଜନ ବିଶିଷ୍ଟ ଫୁଲ ସିଲଡ଼ ୧୧୬ ଗୋଟି ଓ ବ୍ୟବହୃତ ବ୍ୟବସାୟିକ ଖାଲି୨୭୦ ଗୋଟି ସିଲିଣ୍ଡରକୁ ଅନିୟମିତତା ଏବଂ ଅପବ୍ୟବହାର ହେତୁ ଜବତ କରାଯାଇଛି । ବେସାମାରିକ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଓ ଶ୍ରୀମତୀ ପ୍ରଣତି ପୃଷ୍ଟିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢ଼ାଉରେ ବିଭାଗୀୟ ଖାଦ୍ୟ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଚନ୍ଦ୍ରଧ୍ୱଜ ଭୋଇ ତଥା ସହକାରୀ ନିରୀକ୍ଷକ ସୁବ୍ରତ ପାଣି ପ୍ରମୁଖ ସାମିଲ ରହିଥିଲେ । ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।