ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଘୋଷଣା

0 76

ଭୁବନେଶ୍ୱର : ରାଜ୍ୟରେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହା ପରେ ପୌରାଞ୍ଚଳମାନଙ୍କରେ ଆରମ୍ଭ ହୋଇଯିବ ନିର୍ବାଚନ । ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ସୀମା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତି ଉଭୟ କାଉନସିଲର ଓ ଚେୟାରପର୍ସନଙ୍କ ପାଇଁ ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ, ମ୍ୟୁନିସିପାଲ କର୍ପୋରେସନ ଅଂଚଳ ପାଇଁ କାଉନସିଲରମାନେ ଅଧିକାଂଶ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ମେୟର ୧୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିପାରିବେ । ସେହିଭଳି ୫୦ହଜାର ଜନସଂଖ୍ୟା ଥିଲେ କାଉନସିଲର ଖର୍ଚ୍ଚ କରିପାରିବେ ୫୦ ହଜାର । ସେହିପରି ଜନସଂଖ୍ୟା ୫୦ ହଜାରରୁ ୧ଲକ୍ଷ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୭୫ ହଜାର ଟଙ୍କା । ଏ କ୍ଷେତ୍ରରେ ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୩ଲକ୍ଷ ଟଙ୍କା ରହିବ । ଜନସଂଖ୍ୟା ୧ଲକ୍ଷରୁ ଅଧିକ ଥିଲେ କାଉନସିଲରଙ୍କ ଖର୍ଚ୍ଚ ସୀମା ୧ଲକ୍ଷ ଟଙ୍କା ରହିବ । ସେହିପରି ଚେୟାରପର୍ସନଙ୍କ ଖର୍ଚ୍ଚ ସୀମା ୫ଲକ୍ଷ ଟଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

ten − nine =