ଜି. ଉଦୟଗିରି ରେ ପୋଲିସ ପ୍ରଶାସନର ଫ୍ଲାଗ ମାର୍ଚ୍ଚ

0 53

ଜି.ଉଦୟଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ସହର ଓ ବିଭିନ୍ନ ପଞ୍ଚାୟତରେ ଆଜି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଆଇ.ଆଇ.ସି ରେବତୀ ଶବରଙ୍କ ନେତୃତ୍ୱରେ ସମ୍ପୂର୍ଣ ପୋଲିସ ଫୋର୍ସ ସହ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଚଳିତ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ର ସହ ସମାପନ କରିବାକୁ ପୋଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ପ୍ରାପ୍ତ ହୋଇଛି । ସେଥି ନିମନ୍ତେ ପୋଲିସ ବିଭାଗ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆଜି ଜି ଉଦୟଗିରି ସହର ସମେତ ସମୁଦାୟ ୩ ଗୋଟି ପଞ୍ଚାୟତ ରଟୀଙ୍ଗିଆ, ଗ୍ରେସିଙ୍ଗିଆ,ଓ କଳିଙ୍ଗିଆରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆଗକୁ ଜି.ଉଦୟଗିରି ବ୍ଲକରେ ଥିବା ସମସ୍ତ ୮ ଗୋଟି ପଞ୍ଚାୟତରେ ପୋଲିସ ବିଭାଗ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

20 + 4 =