ବୌଦ୍ଧ,୧୭/୯ – ବାପା ଦୁର୍ଘଟଣାରେ ଗୁରୁତର ହେବା ପରେ ଶଯ୍ୟାଶାୟୀ ଓ ମା ମାନସିକ ବିକାରଗ୍ରସ୍ତ l ଦୁଇ ଭାଇ ଭଉଣୀଙ୍କ ବୋଝ ଓ ବାପା ମା ଉଭୟଙ୍କ ସେବା ଦାୟୀତ୍ବ ଆଠ ବର୍ଷର ଝିଅ ଉପରେ l ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଂଚାୟତର ସଦର ମହକୁମା ରାଧାନଗର ଗ୍ରାମ ରେ l
ରାଧାନଗର ଗ୍ରାମରେ ବାସ କରନ୍ତି ଅରକ୍ଷିତ କାରିଗରଙ୍କ ପାଞ୍ଚ ପ୍ରାଣୀ କୁଟୁମ୍ବ l 3 ଗୋଟି ଛୋଟ ଛୁଆ ଓ ମାନସିକ ଭିନ୍ନକ୍ଷମ ପତ୍ନୀଙ୍କୁ ନେଇ ପରିବାର l ରାଧାନଗର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସାମ୍ନାରେ ଗୋଟିଏ ପରିତ୍ୟକ୍ତ ଘରେ ରୁହନ୍ତି ପରିବାର l ମୁଲଦୁଃଖ କରି ପରିବାର ଚଳାଇ ନେଉଥିଲେ | ମାସେ ତଳେ ମଧୁପୁର ଛକ ନିକଟରେ ଗୋଟିଏ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଅରକ୍ଷିତ l ଆଠ ବର୍ଷର ଝିଅ ଶଯ୍ୟାଶାୟୀ ବାପା ଓ ମାନସିକ ରୋଗୀ ମାଆର ସେବା ସହ ଛୋଟ ଛୋଟ ଦୁଇ ଭାଇ ଭଉଣୀଙ୍କ ବୋଝ ଉଠାଉଛି l କୌଣସି ସରକାରୀ ଯୋଜନାରେ ଏ ପରିବାର ନ ଥିବାରୁ ପାଂଚ କେଜି ଚାଉଳ ବି ମିଳୁନାହିଁ l ଆଠ ବର୍ଷର ଛୁଆ କେମିତି ଓ କେତେ ଦିନ ଏଭଳି ପରିସ୍ଥିତିରେ ପରିବାରର ଚଳାଇବା ତାହା ଭଗବାନ ହିଁ ଜାଣିଥିବେ l
ଉକ୍ତ ପରିବାର ସମ୍ପର୍କରେ ପ୍ରଶାସନ ପଦକ୍ଷେପ ନେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post