ରାଜ୍ୟ ରାଜନୀତିରେ ଅଶ୍ୱିନୀଙ୍କୁ ନେଇ ଚର୍ଚ୍ଚା

0 276

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀ ମଣ୍ଡଳର ପ୍ରଥମ ଅଦଳବଦଳ ଓ ସମ୍ପ୍ରସାରଣରେ ଓଡିଶାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ପଦ ସମ୍ଭାଳିବାର ଦୁଇ ସପ୍ତାହ ପରେ ପ୍ରଥମ ଓଡିଶା ଗସ୍ତରେ ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ କେନ୍ଦ୍ରମନ୍ତ୍ରୀ ତଥା ଓଡିଆ ପୁଅ ଧର୍ମେନ୍ଦ୍ର ଓ ବୈଷ୍ଣବ ଓଡିଶାରେ ୪ଦିନ ଧରି ଜନଆର୍ଶୀବାଦ ଯାତ୍ରା କରିଥିଲେ । ଧର୍ମେନ୍ଦ୍ର ୩ଟି ଜିଲ୍ଲା ବୁଲି ଲୋକଙ୍କ ଆର୍ଶୀବାଦ କାମନା କରିଥିବା ବେଳେ ବୈଷ୍ଣବ ୬ଟି ଜିଲ୍ଲାରେ ଲୋକଙ୍କ ପାଖରେ ପହଞ୍ôଚଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଏହି ଯାତ୍ରା ରାଜ୍ୟ ବିଜେପି କର୍ମୀ ମହଲରେନ୍ତ୍ୟନ୍ତ ଉତ୍ସାହ ଓ ଉଦ୍ଦିପନ୍ନା ସୃଷ୍ଟି କରିଥିଲା । ତେବେ କେନ୍ଦ୍ରରେ ଧର୍ମେନ୍ଦ୍ର ନୂଆ ବିଭାଗର ମନ୍ତ୍ରୀ ହୋଇ ଶିକ୍ଷା ବିଭାଗ ପାଇଥିବା ବେଳେ ବୈଷ୍ଣବ ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ଲୋକଙ୍କ ନିକଟରେ ଅଧିକ ଚର୍ଚ୍ଚିତ ହୋଇଥିଲେ । ଅଶ୍ୱିନୀ ବୈଷ୍ଣବ ବିଜେପି ରାଜନୀତିରେ ନୂଆ ହେଲେ ମଧ୍ୟ ଧର୍ମେନ୍ଦ୍ର କିନ୍ତୁ କ୍ୟାଡର ନେତା ଓଡିଶାରେ ବିଜେପି କହିଲେ ଧର୍ମେନ୍ଦ୍ରଙ୍କ ଚେହେରା ବୋଲି ଧରାଯାଏ । ଧର୍ମେନ୍ଦ୍ର ଓଡିଶାରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ ତୁମ୍ଭିତୋଫାନ କରି ଲୋକମତକୁ ପରିବର୍ତ୍ତନ କରିବା ପାଇଁ ଅନେକଥର ପ୍ରୟାସ କରିଛନ୍ତି ।

hiring

ଏଭଳିସ୍ଥିତିରେ ଗତ ସାଧାରଣ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ପାଇଥିବା ବେଳେ ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠି ବିଧାନସଭାରେ ମୁଖ୍ୟ ବିରୋଧି ଦଳ ଭାବେ ଛିଡା କରାଇବାରେ ତାଙ୍କର ଅବଦାନ କିଛି କମ୍‌ ନଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ରାଜ୍ୟ ରାଜନୀତିରେ ବିଜେପିର ଅନ୍ୟ ଏକ ଚେହେରା ଭାବରେ ଅଶ୍ୱିନୀ ଯୋଡି ହୋଇଯାଇଛନ୍ତି । ଜନଆର୍ଶୀବାଦ ଯାତ୍ରାକାଳରେ ବିଜେପି କର୍ମୀ ହୁଅନ୍ତୁ କି ସାଧାରଣ ଲୋକେ ଅଶ୍ୱିନୀଙ୍କୁ ନେଇ ଅଧିକ ଚର୍ଚ୍ଚା କରୁଥିଲେ । ସରଳ ସାବଲୀଳ ଅଶ୍ୱିନୀ ଜିଲ୍ଲା ପରେ ଜିଲ୍ଲା ଯାତ୍ରା କରିଥିବା ବେଳେ ସାଧାରଣ ଲୋକେ ଯେଉଁ ପ୍ରଶ୍ନ କରିଥିଲେ ସେ ତାହାକୁ ଅତି ନମ୍ରତାର ସହିତ ଲୋକଙ୍କୁ ଉତ୍ତର ଦେଉଥିଲେ । ଏହି ଅଭିଯାନରେ ଅଶ୍ୱିନୀଙ୍କ ଲୋକସମ୍ପର୍କ କାର୍ଯ୍ୟକ୍ରମ ଅଧିକ ଥିବାରୁ ସେ ସାଧରଣ ଲୋକଙ୍କ ସହିତ ଅଧିକ ମିଶିବାକୁ ସୁଯୋଗ ପାଇଥିଲେ । ଏହି ୪ଦିନର ରହଣୀ ଭିତରେ ଅଶ୍ୱିନୀଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା । ସାଧାରଣ ଯାତ୍ରୀଙ୍କ ସହ ରେଳ ଯାତ୍ରା କରି ସେମାନଙ୍କ ସୁବିଧା ଅସୁବିଧା ବୁଝିବା, ଦଳୀୟ ଯାତ୍ରାରେ ଗାଡିରୁ ଓହ୍ଲାଇ ସାଧାରଣ ଲୋକଙ୍କ ସହ ଚା’ ବିସ୍କୁଟ ଖାଇବା, ଲୋକଙ୍କ ସହ ମକା ପୋଡି ଖାଇବା, ଆଦିବାସୀ ଲୋକଙ୍କ ସହ ମିଶି ନାଚିବା ଏସବୁ ଭିତରେ ବୈଷ୍ଣବଙ୍କର ଥିଲା ନମ୍ରତା ଓ ଶାଳୀନତା । ଅଶ୍ୱିନୀ ଜଣେ ଅହଂକାର ଶୂନ୍ୟ ମଣିଷ ଭାବେ ଏହି ମାତ୍ର ୪ଦିନରେ ଓଡିଶାବାସୀଙ୍କ ହୃଦୟକୁ ଛୁଇଁଗଲେ । ପ୍ରାଞ୍ଜଳ ଭାବରେ ଓଡିଆ କହୁଥିବା ଏହି ଜଣାଶୁଣା ବ୍ୟକ୍ତିତ୍ୱ ବିଜେପିରେ ନବାଗତ ହେଲେ ମଧ୍ୟ ପୂର୍ବରୁ ବ୍ୟୁରୋକ୍ରାକ୍‌ ଭାବରେ ଓଡିଶା ବାସୀଙ୍କ ନିକଟରେ ପରିଚିତ ଥିଲେ । ଏସବୁ ମିଶାଣ ଫେଡାଣ ଭିତରେ ଅଶ୍ୱିନୀ ଯେ ରାଜ୍ୟ ବିଜେପିର ଆଉ ଏକ ନୂଆ ଚେହେରା ହେଲେ ଏହାକୁ କେହି ଅସ୍ୱୀକାର କରିବେ ନାହିଁ । ଏଣିକି ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କ ନେଇ କାର୍ଯ୍ୟକ୍ରମ ଚାଲିବ ବୋଲି ସାଧାରଣରେ ଚର୍ଚ୍ଚା ହେଲା । ତେବେ ଏହି ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଅପେକ୍ଷା ଏବେ ଅଶ୍ୱିନୀଙ୍କୁ ଅଧିକ ଜୋର ଦିଆଯାଉଛି ।

hiranchal ad1
Leave A Reply

Your email address will not be published.

3 × 3 =