ଦମ୍ପତିଙ୍କ କଳିରେ ମଧ୍ୟସ୍ତି ସାଜିଥିଲେ ଭଉଣୀ, ହତ୍ୟାକଲା ଭାଇ

0 139

ବଣାଇଁ: ସୁନ୍ଦରଗଡ଼ ଜିଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଏକ ସାଧାରଣ ଘଟଣାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ଛି। ରବିବାର ରାତିରେ ସାନଭାଇ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା।  ଏଥିରେ ବିଜୟଙ୍କ ବଡ଼ବାପା ଝିଅ ବଡ଼ ଭଉଣୀ ହେମଗିରି ମାହାନ୍ତ ମଧ୍ୟସ୍ତି କରୁଥିଲେ। ଏହାକୁ ନେଇ ଭାଇ ବିଜୟ ଉତ୍ତ୍ୟକ୍ତ ହୋଇ ଏକ ଲୁହାଛଡ଼ରେ ହେମଗିରିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହେମଗିରି ଟଳି ପଡ଼ି ଛଟପଟ ହୋଇଥିଲେ। ପରେ ନିଜେ ଆକ୍ରମଣକାରୀ ଭାଇ ବିଜୟ ଚିକିତ୍ସା ପାଇଁ ବଣାଇଁ ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଏବେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଥାନା ଅଧିକାରୀ ସୁରେଶ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

twenty − 18 =