୬ ମାସ ହେଲା ଜଳୁନି ହାଇମାଷ୍ଟ ଲାଇଟ୍

0 95


ବୌଦ୍ଧ/ଜହ୍ନାପଙ୍କ,୧୮/୫- ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ମେଡ଼ିକାଲ ଛକରେ ଲାଗିଥିବା ହାଇମାଷ୍ଟ ଲାଇଟ ୬ ମାସରୁ ଉର୍ଦ୍ଧ୍ବ ହେଲା ଜଳୁନାହିଁ। ଫଳରେ ମେଡ଼ିକାଲ ଛକ ଅନ୍ଧାରରେ ରହିଛି ।ଦୈନିକ ମେଡ଼ିକାଲକୁ ଶହ ଶହ ରୋଗୀ ଆସୁଥିବା ବେଳେ ସନ୍ଧ୍ୟାରେ ଅନ୍ଧାରରେ ଗାଡିକୁ ଅପେକ୍ଷା କରିବାକୁ ପଡୁଛି।ସୂଚନାଯୋଗ୍ୟ ଯେ ୨୦୧୪-୧୫ ମସିହାରେ ସାଂସଦଙ୍କ ଅନୁଦାନ ପାଣ୍ଠିରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏଠାରେ ଲଗାଯାଇଥିଲା।ଏହାର ତଦାରଖ ଦାୟିତ୍ୱ ପଞ୍ଚାୟତକୁ ନ୍ୟସ୍ତ କରାଯାଇଥିଲା। କିନ୍ତୁ ଆଜକୁ ୬ ମାସରୁ ଉର୍ଦ୍ଧ୍ବ ଦିନ ହେଲାଣି ଖରାପ ହୋଇଥିଲେ ମଧ୍ୟ ମରାମତି କରାଯାଉନାହିଁ। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

hiranchal ad1
Leave A Reply

Your email address will not be published.

5 × five =