ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀ ସଂଖ୍ୟା ୧୭ରେ ପହଞ୍ଚିଲା

0 66

ସମ୍ବଲପୁର: ଆଜି ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେବାପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୧୭ରେ ପହଞ୍ଚିଛି । ଏହି ବାବଦରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ୨୪ ବର୍ଷୀୟା ଜଣେ ମହିଳାଙ୍କୁ କରୋନା ପଜିଟିଭ ରୂପେ ଚିହ୍ନଟ କରାଯାଇଛି । ସେ କଲିକତାରୁ ଗତ ୩ଜୁନ ଏଠାକୁ ଆସିବାପରେ ସ୍ଥାନୀୟ ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ତାଙ୍କୁ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିଲେ ମଧ୍ୟ ତାଙ୍କୁ ସ୍ୱାବ ପରୀକ୍ଷାରୁ ପଜିଟିଭ ଚିହ୍ନଟ କରାଯାଇଛି । ଉଚିତ ଚିକିତ୍ସା ପାଇଁ ତାଙ୍କୁ ଆନୁଷ୍ଠାନିକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସୂଚୀ ପ୍ରସ୍ତୁତ କରାଯାଉଛି । ଆଜିର ମାମଲା ସହିତ ଜିଲ୍ଲାରେ ତିନିଜଣ ମହିଳାଙ୍କ ସହିତ ମୋଟ ୧୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ପାଞ୍ଚ ଜଣ ଘରକୁ ଫେରିବା ପରେ ଆଉ ୧୨ଜଣ ସକ୍ରିୟ ଭାବରେ ଚିକିତ୍ସାରତ ଅଛନ୍ତି ।

hiranchal ad1
Leave A Reply

Your email address will not be published.

three − one =