ନଦୀ ମଝିରେ ଘର….

0 727

ବୌଦ୍ଧ: ମହାନଦୀ ମଝିରେ ଥିବା ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମର୍ଜାକୁଦର ୨ଟି ୱାର୍ଡରେ ଲୋକେ ଜଳକଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି । ଉଭୟ ୱାର୍ଡରେ ୧୫ଶହରୁ ଅଧିକ ଲୋକ ବାସକରନ୍ତି । ଖାଇବା ପିଇବା ପାଇଁ ମର୍ଜାକୁଦ ଅଧିବାସୀମାନେ ସିଧାସଳଖ ମହାନଦୀ ଉପରେ ହିଁ ନିର୍ଭର କରନ୍ତି । ଖରାଦିନେ ମହାନଦୀ ଜଳଧାର କୂଳରୁ ଦୂରରେ ରହୁଥିବାରୁ ନଦୀବାଲିରେ ଯାଇ ମହିଳାମାନେ ଜଳସଂଗ୍ରହ କରୁଥିବା ଦେଖିବାକୁ ମିଳେ ।
ବୌଦ୍ଧ ସହରରେ ସ୍ୱଚ୍ଛ ପାନୀୟଜଳ ଯୋଗାଣପାଇଁ ସହରାଞ୍ଚଳ ଉନ୍ନୟନ ବିଭାଗ ଏକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ୧୦କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ବ୍ରିଜଛକ, ବୁଟୁପାଲି, ମର୍ଜାକୁଦ ଠାରେ ଆରମ୍ଭ କରାଯାଇଥିଲା । ୨ବର୍ଷରୁ ଉର୍ଦ୍ଧ୍ୱ ସମୟ ପ୍ରକଳ୍ପ ନିର୍ମାଣ ପରେ ବିତିଯାଇଥିଲେ ମଧ୍ୟ ଏଯାଏଁ ମର୍ଜାକୁଦକୁ ପାନୀୟଜଳ ଯୋଗାଣ ହୋଇପାରିନାହିଁ । ଉଭୟ ୱାର୍ଡରେ ପାଇପ ବିଛାଇବା କାମ ସରିବା ସହିତ ବିଶୁଦ୍ଧ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟ ସରିଯାଇଛି । ମାତ୍ର ଦୁଃଖର କଥା କୋଟିକୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ପ୍ରକଳ୍ପ ଲୋକଙ୍କ ବ୍ୟବହାରରେ ଆସିପାରୁନାହିଁ ।
ବର୍ତ୍ତମାନ ମୌସୁମୀ ଆସିଯାଇଥିବାରୁ ନଦୀରେ ବନ୍ୟାଜଳ ପ୍ରବାହିତ ହେବ । ଲୋକେ ମହାନଦୀରୁ ସିଧାସଳଖ ସଂଗ୍ରହକରି ଏହି ଦୂଷିତ ଜଳକୁ ରୋଷେଇ ଓ ପାନୀୟ ଜଳ ଭାବରେ ଗ୍ରହଣ କରିବେ । ସେଥିପାଇଁ ଉକ୍ତ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ଜିଲ୍ଲାପାଳ ଓ ବୌଦ୍ଧଗଡ ଏନଏସି ନିର୍ବାହୀ ଅଧିକାରୀ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

nineteen − 7 =