ସମ୍ବଲପୁର ଜିଲ୍ଲାରେ ୫ଜଣ କରୋନା ପଜିଟିଭ ଚିହ୍ନଟ ପରେ ମୋଟସଂଖ୍ୟା ୩୦ ହେଲା

0 87

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକରେ ଗତକାଲି ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହେଲାପରେ
ଆଜି ପୁଣି ପାଞ୍ଚଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନାରୋଗୀଙ୍କ ସଂଖ୍ୟା ମୋଟ ୩୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୬ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୪ଜଣଙ୍କର ଚିକିତ୍ସା ଛାଲିଛି । ଏବିଷୟରେ ଜିଲ୍ଲା ପ୍ରଶାସନ ଠାରୁ ହସ୍ତଗତ ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ସମସ୍ତ ୫ଜଣ ଯାକ ତାମିଲନାଡୁରୁ ଆସିଲା ପରେ ସେମାନଙ୍କୁ ଜମନକିରା ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା । ସେମାନେ ସମସ୍ତେ ପୁରୁଷ ଓ ସେମାନଙ୍କ ବୟସ ୨୦, ୨୩, ୨୫, ୨୬ ଓ ୩୩ ବର୍ଷ ବୟସ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ କାହାରି ଦେହରେ କରୋନା ରୋଗର କୌଣସି ଲକ୍ଷଣ ଦେଖାଯାଇନଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ସେମାନେ ପଜିଟିଭ ବୋଲି ଜଣାପଡିଥିଲେ । ସେମାନଙ୍କ ସମସ୍ତଙ୍କର ବିସ୍ତୃତ ସମ୍ପର୍କ ସୂଚୀ ତିଆର କରାଯାଉଛି ।

hiranchal ad1
Leave A Reply

Your email address will not be published.

13 − 12 =