ବସୁନ୍ଧରା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସ ନିର୍ମାଣ ପାଇଁ ଏମ୍ସିଏଲ୍ ତରଫରୁ ୮୯.୭୦ ଲକ୍ଷ ଟଙ୍କା ମଞ୍ଜୁରୀ

0 134

ସମ୍ବଲପୁର : ଗ୍ରାମାଞ୍ଚଳ ସ୍କୁଲର ଭିତ୍ତିଭୂମିର ବିକାଶ ତଥା ବାସ୍ତବ ସ୍ଥିତିକୁ ଦୃଷ୍ଟିରେ ରଖି ମହାନଦୀ କୋଲଫିଲ୍ଡସ ଲିମିଟେଡ୍ ତରପରୁ ବସୁନ୍ଧରା କ୍ଷେତ୍ରର ପାଶ୍ୱର୍ବର୍ତ୍ତୀ ଗ୍ରାମର ପଢ଼ୁଥିବା ୬୦ ଜଣ ଏସ୍ସି, ଏସ୍ଟି ଛାତ୍ରମାନଙ୍କ ପାଇଁ ଟିକିଲିପଡ଼ାସ୍ଥିତ ବସୁନ୍ଧରା ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏହି ଛାତ୍ରାବାସ ନିର୍ମାଣ କରିବା ପାଇଁ ଏମ୍ସିଏଲ୍ ସିଏସ୍ଆର୍ ପାଣ୍ଠିରୁ ୮୯.୭୦ ଲକ୍ଷ ଟଙ୍କା ମଂଜୁରୀ କରାଯାଇଛି । ଏହି ବିଦ୍ୟାଳୟ ଏମ୍ସିଏଲ୍ ବସୁନ୍ଧରା କ୍ଷେତ୍ରର ଟିକିଲିପଡ଼ାର ପୁର୍ନବାସ ବସ୍ତି ଅଞ୍ଚଳରେ ଅବସ୍ଥିତ । ଏମ୍ସିଏଲ୍ର ଏହି ପଦକ୍ଷେପ ଫଳରେ ଉକ୍ତ ସ୍କୁଲର ଶିକ୍ଷାର ମାନ ତଥା ଶିକ୍ଷା ବୃଦ୍ଧି ହୋଇପାରିବ । ଏସ୍ସି, ଏସ୍ଟି ବର୍ଗର ଛାତ୍ରମାନଙ୍କ ସହିତ ବିଶେଷକରି କୃଷକ ଶ୍ରେଣୀର ପିଳାମାନେ ମଧ୍ୟ ଏହିପରି ଯୋଜନାରେ ଉପକୃତ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

twenty + 14 =