ବୌଦ୍ଧରେ ବିନା ରଥ ବିନାଭକ୍ତରେ ଗୁଣ୍ଡିଚାଯାତ୍ରା

0 892

ବୈାଦ୍ଧ : ପବିତ୍ର ରଥଯାତ୍ରା ପାଇଁ ପ୍ରଶାସନର କଟକଣା ଯୋଗୁଁ ଆଜି ବୌଦ୍ଧସହର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚାଯାତ୍ରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ ପାରଂପରିକ ଭାବେ ତିନି ଠାକୁରଙ୍କ ପୂଜା ସରିବାପରେ ମନ୍ଦିର ସମ୍ମୁଖକୁ ଆଣିଥିଲେ । ଏହାପରେ ସେବାୟତମାନେ ମନ୍ଦିର ପରିସର ମଧ୍ୟରେ ଘଣ୍ଟ ଘଣ୍ଟା ବଜାଇ ତିନିଠାକୁରଙ୍କୁ ପହଣ୍ଡିକରିବାପରେ ସିଂହଦ୍ୱାର ପାଶ୍ୱର୍ରେ ଥିବା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମିତ ନୂତନ ଗୃହକୁ ଅଣାଯାଇଥିଲା । ଠାକୁରମାନେ କରୋନା ଯୋଗୁଁ ରଥରେ ଚଢି ମାଉସୀ ଘରକୁ ଯିବାକୁ କଟକଣା ଥିବାରୁ ଏହି ଗୃହରେ ହିଁ ଦଶାବତାର ବେଶ କରାଯିବ । ବାହୁଡାଦିନ ଠାକୁରମାନଙ୍କୁ ମନ୍ଦିରକୁ ନିଆଯିବ । ସମସ୍ତ ସେବାୟତ କୋଭିଡ-୧୯କୁ ମାନି ମୁହଁରେ ମାସ୍କ ପିନ୍ଧିବାସହ ହାତକୁ ସାନିଟାଇଜରରେ ସଫା କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ଷଡଙ୍ଗୀ, ସଂପାଦକ ବିଶ୍ୱଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଛି ।
ଆଜି ମନ୍ଦିର ପରିସରରେ ଅନୁଷ୍ଠିତ ରଥଯାତ୍ରାକୁ ସୁପରିଚାଳନା କରିବାପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାଏକ, ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କଅଁର ପ୍ରମୁଖ ଉପସ୍ଥିତ ଥିଲେ .ା ମନ୍ଦିରକୁ ଯେପରି କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ ସେଥିପାଇଁ ମନ୍ଦିର ବାହାରେ ପୁଲିସ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

ten + 16 =