ନିମ୍ନମାନର କାମ ଯୋଗୁଁ ନଦୀକୂଳ ସୁରକ୍ଷା ପ୍ରକଳ୍ପ ବିପର୍ଯ୍ୟସ୍ତ

0 315

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀକୁଳିଆ ଗାଁ ଗୁଡିକରେ ପ୍ରତିବର୍ଷ ବନ୍ୟା ଆସି କୂଳ ଖାଇଥାଏ । ଏହାର ପ୍ରତିକାର ପାଇଁ ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରି କୂଳ ସୁରକ୍ଷା ପ୍ରକଳ୍ପ ନିର୍ମାଣ ହେଉଛି । ହେଲେ ଏହିସବୁ ପ୍ରକଳ୍ପ ଗୁଡିକ ଅତି ନିମ୍ନମାନର କାମ ହେଉଥିବାରୁ ଅଳ୍ପଦିନ ମଧ୍ୟରେ ତାହା ଶୋଚନୀୟ ହୋଇ ପଡୁଥିବା ଅଭିଯୋଗ ହେଉଛି । ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ହରଭଙ୍ଗା, କୁଡାଶିଙ୍ଗା ମହାନଦୀ ସମେତ ପୁରୁଣାକଟକ ଲକ୍ଷ୍ମୀନାଳ କୂଳରେ ହୋଇଥିବା ପଥର ପ୍ୟାକିଙ୍ଗ ପ୍ରକଳ୍ପ ନିର୍ମାଣରେ । ବନ୍ୟାଯୋଗୁଁ ଏହିସବୁ ସ୍ଥାନ ଗୁଡିକରେ କୂଳ ଖାଇଯାଉଥିବାରୁ ଏଠାରେ ପଥର ପ୍ୟାକିଙ୍ଗ କାମ କରାଯିବା ପାଇଁ ବାରମ୍ବାର ଦାବି ହେବାରୁ ଗତ ୨୦୧୮/୧୯ଆର୍ଥିକ ବର୍ଷରେ ଟେଣ୍ଡର କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଥିଲାବେଳେ ପଥର ପ୍ୟାକିଙ୍ଗ ସ୍ଥାନରେ ସିମେଣ୍ଟ କଂକ୍ରିଟ ଦିଆଯାଇନଥିବାରୁ ବନ୍ୟାପାଣି ଆସିଲେ ମାଟି ଦବିଯାଇ ପଥର ସବୁ ବାହାରି ଯାଉଛି । ଫଳରେ କୋଟି କୋଟି ଟଙ୍କା ବ୍ୟୟ କରି ନିର୍ମାଣ ହୋଇଥିବା ପ୍ରକଳ୍ପ ପୂର୍ବ ଯେଉଁ ଅବସ୍ଥା କୁ ସେଇ ଅବସ୍ଥା ଦେଖାଦେଇଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି । ଏସମ୍ପର୍କରେ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ ମହାକୁଡ଼ଙ୍କୁ ପଚରା ଯିବାରୁ ପ୍ରାୟତଃ ପଥର ପ୍ୟାକିଙ୍ଗ କାମରେ ଗୋଟିଏ ଗୋଟିଏ ସ୍ଥାନରେ ୧/୨ମିଟର ପ୍ୟାକିଙ୍ଗ ସ୍ୟାଟେଲ ହୁଏ ସେହି କାମ ମରାମତି ପାଇଁ ପ୍ରୋପୋଜଲ ରହିଛି । ଆଲଟମେଣ୍ଟ ଆସିଲେ କାମ କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

eleven − six =