ବୌଦ୍ଧ,୨୬/୨ – ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା ସିଙ୍ଗାରି ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଯାତ୍ରୀବାହି କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ 3ଟା ସମୟ ରେ ସୋନପୁର ରୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ କାର ଗାଡି ଭାରସlମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଘଟଣା ସ୍ଥଳରେ ଗାଡ଼ିରେ ଥିବା ଚାଳକ ଓ ଯାତ୍ରୀ ଆହତ ହୋଇଥିବା ବେଳେ ଘଟଣା ସମ୍ପର୍କରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
