ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଅନୁଷ୍ଠିତ

0 107

ଭୁବନେଶ୍ୱର : ଓଡ଼ିଶା ମୋ ପରିବାର ତରଫରୁ ଦୁଇ ଗୋଟି ଜୀବନବିନ୍ଦୁ ରକ୍ତଦାନ ଶିବର ବରିମୁଣ୍ଡ ସରପଞ୍ଚ ବିରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ନୂଆବନ୍ତ ସରକାରୀ ଚିକିତ୍ସାଳୟ ରେ ଓ ଅନ୍ୟଟି ଜିଲ୍ଲା ଯୁବ ବିଜେଡ଼ି ସାଧାରଣସମ୍ପାଦକ ଶ୍ରୀ କାଳୀ ସିଂ ଙ୍କ ନେତୃତ୍ୱରେ ନିଳାଦ୍ରୀ ବିହାର ହରେକଷ୍ଣ ନଗରରେରେ ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯକ୍ରମରେ ଓଡ଼ିଶା ମୋ ପରିବାର ସଂଯୋଜକ ଶ୍ରୀ ଅରୁପ ପଟ୍ଟନାୟକ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଓ ସମ୍ପାଦକ ସୁବାସ ପାତ୍ର, ରୁଦ୍ର ସାମନ୍ତରାୟ ଓ ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁବାସ ସାହୁ, ମଧୁସ୍ମିତା ଦାଶ, ମାନସ ଦାସ, ଯୁବ ଜିଲ୍ଲା ଉପସଭାପତି ମାଧବ ସାହୁ , ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରସନ୍ନ ସାହୁ, ନିର୍ମଳ ରାଉତ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ରକି ଦାସ , ସୌମ୍ୟ ରଞ୍ଜନ ପ୍ରଧାନ, ଅକ୍ଷୟ ସ୍ୱାଇଁ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଦୁଇ ଗୋଟି ଶିବିରରେ ମୋଟ 230 ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ବୋଲି ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

15 − 10 =