ଦୁଇ ଓଭରଲୋଡ୍ ଟ୍ରକ ଜବତ କଲା ଏନଫୋର୍ସମେଣ୍ଟ ସ୍କ୍ୱାଡର଼୍

0 108

ଚଣ୍ଡିଖୋଲ :ଦୀର୍ଘଦିନ ପରେ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟ ଏନଫୋର୍ସମେଂଟ ବିଭାଗ ପକ୍ଷରୁ ତନଖି ଆରମ୍ଭ କରାଯାଇଛି । ଗୁରବାର ଦିନ ବିଭାଗର ଟ୍ରାଫିକ ଇନସପେକ୍ଟରଙ୍କର ତତ୍ୱବଧାନରେ ଦୁଇଟି ଓଭରଲୋଡ ଗାଡି ଜବତ କରାଯିବା ସହ ଏକ ଲକ୍ଷ ୧୯ ହଜାର ଟଙ୍କା ଜୋରିମାନ କରାଯାଇଛି । ୫୩ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ଡୁବୁରୀ ରାସ୍ତାରେ ଓଭରଲୋଡ କରି ଚିପ୍ସ ନେଇ ଯାଉଥିବା ହାଇଓା ଟ୍ରକ ନଂ ଓଡି୦୧ଏଡି-୮୪୪୮ ପ୍ରାୟ ୨୨ଟନରୁ ଉର୍ଦ୍ଧ ମାଲ ପରିବହନ କରି ନେଉଥିବା ସମୟରେ ଗାଡିକୁ ଜବତ କରିବା ସହ ଜୋରିମା ବାବଦକୁ ୭୪ ହଜାର ୭୨୦ ଟଙ୍କା ଓ ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ମାଟି ବୋଝେଇ କରି ଯାଉଥିବା ଟ୍ରକ ନଂ ଡବ୍ଳୁବି୩୩ଇ-୨୬୨୯ ଆବଶ୍ୟକତା ଠାରୁ ୮ ଟନ ମାଲ ଅଧିକ ପରିବହନ କରି ନେଉଥିବା ସମୟରେ ଗାଡିକୁ ଜବତ କରିବା ସହ ୪୪ ହଜାର ୮ଶହ ଟଙ୍କା ଜୋରିମନା କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ଦିନ ଧରି ମହାବିନାୟକ ଲଘୂ ଖଣିଜ ସଂଘ ଅଧିନରେ ଶହଶହ ଗାଡି ଓଭରଲୋଡ କରି ଏହି ରାସ୍ତା ଦେଇ ଯାତାୟତ କରୁଥିଲେ ବି ବିଭାଗ ପକ୍ଷରୁ ସେହି ଗାଡି ଗୁଡିକୁ ତନଖି ନକରି କାହୀଁ ଛାଡାଯାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ଏନଫୋର୍ସମେଂଟ ବିଭାଗ ଖୋଲି ବେଆଇନ ଭାବେ ଚଳାଚଳ କରୁଥିବା ଗାଡିକୁ ତନଖି କରିବା ସହ ଜୋରିମନା ଆଦାୟ କରି ରାଜସ୍ୱ ବୃଦ୍ଧି ଲକ୍ଷ ରଖିଥିବା ବେଳେ ମହାବିନାୟକ ଲଘୁ ଖଣିଜ ସଂଘ ଓ ଆଂଚଳିକ ପରିବହନ ବିଭାଗ ମଧ୍ୟରେ କଣ ମଧୁଚନ୍ଦ୍ରିକା ରହିଛି ତାକୁ ନେଇ ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦ ି ସବୁଦିନ ବିଭଗ ପକ୍ଷରୁ ସଠିକ ଭଅବରେ ତନଖି କର୍ୟାାନ୍ତା ଏ ହିଭଳି ଯାଉଥିବା ଶହଶହ ଓଭରଲୋଡ ଗାଡିରୁ ସରକାରଙ୍କ ଖଜାନାକୁ କୋଟି କୋଟି ଟଙ୍କା ରାଜସ୍ୱ ମିଳିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

eighteen − 6 =