ମର୍ଜାକୁଦ୍ ଘାଟରେ ବୁଡିଲା ଡଙ୍ଗା, ୨ଜଣ ଅଳ୍ପକେ ବର୍ତ୍ତିଲେ

0 2,030

hiring

ବୌଦ୍ଧ – ଆଜି ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପଟରୁ ମର୍ଜାକୁଦ୍ ଆଡକୁ ଯାଉଥିବା ସାର ବୋଝେଇ ଗୋଟିଏ ଛୋଟ ଡଂଗା ମହାନଦୀର ମର୍ଜାକୁଦ୍ ଘାଟରେ ଭାରସାମ୍ୟ ହରାଇ ବୁଡି ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମର୍ଜାକୁଦର ଦୁଇ ଜଣ ଚାଷୀ ବୌଦ୍ଧ ସେବା ସମବାୟ ସମିତିରୁ ଖରିଫ ଧାନ ଚାଷ ପାଇଁ ସାର ନେଇ ନିଜର ବ୍ୟକ୍ତିଗତ ଛୋଟ ଡଙ୍ଗାରେ ମର୍ଜାକୁଦ୍ ଯାଉଥିବା ବେଳେ ମହାନଦୀ ମଧ୍ୟରେ ଭାରସାମ୍ୟ ହରାଇ ଦଙ୍ଗାଟି ବୁଡି ଯାଇଥିଲା l ଡଂଗା ସହ ସାର ନଦୀରେ ବୁଡି ଯାଇଥିବା ବେଳେ ଡଙ୍ଗାରେ ଥିବା ଦୁଇ ଜଣ ବ୍ୟକ୍ତି ପହଁରି ପହଁରି କୂଳକୁ ପହଂଚି ଯାଇଥିଲେ l

hiranchal ad1
Leave A Reply

Your email address will not be published.

19 − seventeen =