ବସ୍ତାରେ କମ୍ ଓଜନର ଚାଉଳ ଥିବାରୁ ଖାଉଟି ଅସନ୍ତୁଷ୍ଟ

0 1,104

hiring

ବୌଦ୍ଧ / ମନମୁଣ୍ଡା,୧୮/୯ – ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଓ ରାଜ୍ୟ ସରକାରଂକ ଯୋଜନାରେ ଗରୀବ ଖାଉଟି କାର୍ଡଧାରୀ ମାନଙ୍କୁ ଦିଆଯାଉଥିବା ଟଙ୍କାକିଆ ଚାଉଳ ବସ୍ତା ମାନଙ୍କରେ କମ୍ ଓଜନର ଚାଉଳ ରହୁଥିବା ଅଭିଯୋଗ ହୋଇଛି | ଆଜି କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ତରଫରୁ ଦିଆ ଯାଇଥିବା 50 କିଲୋଗ୍ରାମ ବସ୍ତାରେ 46 କିଲୋଗ୍ରାମ ଓଜନର ଚାଉଳ ରହୁଥିବା ଜଣା ପଡିବା ପରେ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି l ଯେଉଁ କାର୍ଡଧାରୀ 50 କିଲୋଗ୍ରାମ ଚାଉଳ ପାଇବାକୁ ଥିବ ତାଙ୍କୁ ଗୋଟିଏ ବସ୍ତା ଦିଆ ଯାଉଥିବା ହେତୁ ଖାଉଟି କ୍ଷତିରେ ପଡୁଥିବା ଆଲୋଚନା ହେଉଛି l ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି l

hiranchal ad1
Leave A Reply

Your email address will not be published.

17 − 5 =