ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଆଜି ରେକର୍ଡ ସଂଖ୍ୟାକ ୨୮ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ବୌଦ୍ଧରେ କରୋନା ପଜିଟିଭ୍ ଏତେ ସଂଖ୍ୟକ ବାହାରିଥିଲେ ମଧ୍ୟ ସାର୍ବଜନୀନ ଭାବରେ ପ୍ରଶାସନ କୌଣସି ସୂଚନା ପ୍ରଦାନ କରିନାହିଁ । ଏ ସମସ୍ତ ପଜିଟିଭ ରୋଗୀମାନେ ହରଭଙ୍ଗା ବ୍ଲକ ଅଂଚଳର ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲକ୍ଷ୍ମୀଧର ସାହୁ ସ୍ପଷ୍ଟ କରିଛନ୍ତି । କେଉଁ କ୍ୱାରେଣ୍ଟାଇନ ସେଣ୍ଟରରୁ କେତେ ରୋଗୀ ବାହାରିଛନ୍ତି ସେ ସଂପର୍କରେ ସୂଚନା ଦେବାକୁ ଶ୍ରୀ ସାହୁ ମନା କରିଥିବା ବେଳେ ହରଭଙ୍ଗା ବ୍ଲକରୁ ହିଁ ୨୮ଟି କରୋନା ପଜିଟିଭ୍ ବାହାରିଥିବା ପ୍ରକାଶ କରିଥିଲେ । ଏହା ପୂର୍ବରୁ ବାହାରିଥିବା ୫ଟି ପଜିଟିଭକୁ ମିଶାଇଲେ ବୌଦ୍ଧ ଜିଲ୍ଲାରୁ ମୋଟ ୩୩ଟି କରୋନା ପଜିଟିଭ ଚିହ୍ନଟ ହୋଇସାରିଛି ।