ଭୁବନେଶ୍ୱର : ରାଜ୍ୟ ସରକାର କିଛି ସମୟ ପୂର୍ବରୁ ଜଗତସିଂହପୁର ଜିଲ୍ଲାକୁ କରୋନା ମୁ୍କ୍ତ ଜିଲ୍ଲା ଘୋଷଣା କରିଥିଲେ । ଏବେ ଜଗତସିଂହପୁର ଜିଲ୍ଲାରେ ପୁଣି ୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ନାଉଗାଁରୁ ୧୯ ଓ କୁଞ୍ଜଙ୍ଗରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ୍ କରି ଜଣାଇଛନ୍ତି । ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ ସେଣ୍ଟରେ ଥିଲେ ।