ଅସୁରକ୍ଷିତ ସ୍ଥିତିରେ ଶ୍ରମିକଙ୍କ ଶିଶୁ ଯାଉଛନ୍ତି : କୋଳର ଶିଶୁମାନଙ୍କୁ ପ୍ଲାଷ୍ଟିକ ଓ ଥର୍ମୋକୋଲ ଡବାରେ ଶୁଆଇ ନିଆଯାଉଛି

0 95

ସମ୍ବଲପୁର: ପ୍ରବାସୀ ଓଡିଆଙ୍କ ଘରବାହୁଡା ସହିତ ଏଠାରୁ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଜାରିରହିଛି । ବୁଧବାରଦିନ ଏପରି ୧୫ଶହ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଏଠାରୁ କାନପୁର ଅଭିମୁଖେ ଯାତ୍ରା କରିଛି । ଏଥିପାଇଁ ଆଖପାଖ ୧୦ ଜିଲ୍ଲାର ପ୍ରବାସୀ ଶ୍ରମିକମାନଙ୍କୁ ଏଠାକୁ ଅଣାଯାଇଥିଲା କିନ୍ତୁ ଏହାଦ୍ୱାରା କାର୍ଯ୍ୟ ସଂପୂର୍ଣ୍ଣ ହେଲାପରି ମନେ ହେଉନାହିଁ କାରଣ ପ୍ରତିଦିନ ବିଭିନ୍ନ ଉପାୟରେ ଶ୍ରମିକଙ୍କ ଘରବାହୁଡା ଦେଖିବାକୁ ମିଳୁଛି । ସେମାନେ କେହି ଏହି ଯାତ୍ରାରେ ଏକାକୀ ବାହାରି ନାହାନ୍ତି, ସେମାନଙ୍କ ପରିବାର ମଧ୍ୟ ସାମିଲ ରହୁଛନ୍ତି । କେତେକ ମାମଲାରେ ସେମାନେ କୋମଳମତି ଶିଶୁମାନଙ୍କୁ ବିପଦଜନକ ଅବସ୍ଥାରେ ନିଜ ସାଙ୍ଗରେ ନେଇ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପନିପରିବା ବିକ୍ରି କରୁଥିବାରୁ ସେମାନେ ପରିବା ନେବାଆଣିବା ପାଇଁ ବ୍ୟବହୃତ ଖୋଲା ପ୍ଲାଷ୍ଟିକ ବାକ୍ସରେ ଶିଶୁମାନଙ୍କୁ ଥୋଇ ନେଇଯିବାର ଦେଖିବାକୁ ମିଳିଛି । ଏହାବ୍ୟତୀତ ଥର୍ମୋକୁଲ ବାକ୍ସରେ ମଧ୍ୟ ଶିଶୁମାନଙ୍କୁ ନେଇ ଯାତ୍ରା କରୁଥିବା ଦେଖାଯାଉଛି । ଜୈଷ୍ଠମାସର ତ୍ରିପଣ୍ଡ ଖରାରେ ଏପରି ସ୍ଥିତିରେ ଯାତ୍ରା କରୁଥିବା ଶିଶୁମାନେ ଆଦୌ ସୁରକ୍ଷିତ ନୁହନ୍ତି ସେମାନଙ୍କ ସହିତ ବାଟରେ କିଛିବି ଅଘଟଣ ହୋଇପାରେ । କିନ୍ତୁ ସେମାନଙ୍କ ପିତାମାତାଙ୍କ ପାଖରେ ବୋଧହୁଏ ଅନ୍ୟକୌଣସି ବିକଳ୍ପ ନାହିଁ । ଶିଶୁଙ୍କ ଏପରି ଅସୁରକ୍ଷିତ ଯାତ୍ରା ଉପରେ ରୋକ୍ ଲଗାଇବାପାଇଁ ଏଠାରେ କଲ୍ୟାଣ ସମିତି, ଚାଇଲ୍ଡଲାଇନ ଓ ସମଭାବୀ ସ୍ୱେଚ୍ଛାସେବୀ ସଂଗଠନମାନେ ଆଗେଇ ଆସନ୍ତୁ ବୋଲି ଏଠାରେ କିଛି ବୁଦ୍ଧିଜୀବୀ ଆହ୍ୱାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 + 15 =