ତିନି ଦିନ ପ୍ରବଳ ବର୍ଷିବ

0 95

ଭୁବନେଶ୍ୱର : ମୌସୁମୀ ବର୍ଷାର ଲୁଚକାଳି ପରେ ଲଘୁଚାପ ବର୍ଷା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସନା ଆଣି ଦେଇଛି । ଆସନ୍ତା ୯ ତାରିଖରୁ ଆସୁଥିବା ଅନ୍ୟ ଏକ ଲଘୁଚାପ ତିନିଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଏଥିସହ ଆସନ୍ତାକାଲି ପାଇଁ ୧୩ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ, କଟକ, ଖୋର୍ଦ୍ଧା,ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଲଘୁଚାପ ସମୟରେ ପ୍ରବଳ ବର୍ଷାକୁ ଦୃଷ୍ଟିକୁ ଦେଖି ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜିବୀମାନଙ୍କୁ ପାଣିପାଗ ବିଭାଗ ସତର୍କ କରାଇଛି । ଆସନ୍ତା ୧୨ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

thirteen − twelve =