ବୌଦ୍ଧ : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨୯, ଅଧାରୁ ଅଧିକ ଆକ୍ରାନ୍ତ ନାରାୟଣ ନଗରରୁ

0 2,110

ବୌଦ୍ଧ,୧୭/୮ – ବୌଦ୍ଧ ଜିଲ୍ଲାରେ ଘୋ ଘୋ ହୋଇ ବଢି ଚାଲିଛି କରୋନା ପଜିଟିଭ ସଂଖ୍ୟା l ଆଜି ସୁଦ୍ଧା 429 ଜଣ ପଜିଟିଭ ଚିନ୍ହଟ ହୋଇ ସାରିଲେଣି l ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ନାରାୟଣ ନଗର ଗ୍ରାମରୁ ହିଁ ଅଧାରୁ ଅଧିକ ପଜିଟିଭ ଚିନ୍ହଟ ହୋଇଥିବା ଚିନ୍ତାର ବିଷୟ l ମିଳିଥିବା ସୂଚନା ଅନୁଯାୟୀ କେବଳ ସେହି ଗ୍ରାମରୁ ପଜିଟିଭ ବାହାରିଥିବା ସଂଖ୍ୟା 216 ରେ ପହଞ୍ଚି ସାରିଲାଣି l ଆଜି ସୁଦ୍ଧା ଜିଲ୍ଲାରେ 8840 ଗୋଟି ନମୁନା ସଂଗ୍ରହ କରାଯାଇଥିବା ବେଳେ 8745 ଗୋଟି ନମୁନାର ରିପୋର୍ଟ ଆସିଛି l ତନ୍ମଧ୍ୟରୁ 429 ଜଣ ପଜିଟିଭ ଚିନ୍ହଟ ହୋଇଛନ୍ତି ଓ 8316 ଜଣ ବ୍ୟକ୍ତିଙ୍କ ନମୁନାର ରିପୋର୍ଟ ନେଗେଟିଭ ଆସିଛି l ସେମାନଙ୍କ ମଧ୍ୟରୁ 199 ଜଣ ସୁସ୍ଥ ହୋଇ ସାରିଲେଣି l ବର୍ତ୍ତମାନ 230 ଜଣ ଚିକିତ୍ସାଧୀନ ଅଛନ୍ତି l ବାକି 95 ଜଣଙ୍କ ରିପୋର୍ଟ ଆସିନାହିଁ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି l
କରୋନା ହଟସ୍ପଟ୍ ସାଜିଥିବା ନାରାୟଣ ନଗର ଗ୍ରାମରେ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି 144 ଧାରା ଲାଗୁ କରାଯାଇଛି | ଗ୍ରାମର ସମସ୍ତ ଲୋକଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ନମୁନା ସଂଗ୍ରହ କରୁଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି l ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବୌଦ୍ଧ ସହରରେ ଯେକୌଣସି ବ୍ୟକ୍ତି ଚାହିଁଲେ ଆଣ୍ଟିଜେନ ଟେଷ୍ଟ କରାଇ ପାରିବେ ବୋଲି ସିଡିଏମଓ କହିଛନ୍ତି l

hiranchal ad1
Leave A Reply

Your email address will not be published.

nineteen − seventeen =