ଭୁବନେଶ୍ୱର: ଆବଶ୍ୟକତା ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆଜିଠାରୁ ବୃଦ୍ଧି କରିଥିବା ଭାଟ୍କୁ ଯଥାର୍ଥ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏକ୍ସସାଇଜ ଡିଉଟିରେ ବୃଦ୍ଧି ପରେ ରାଜ୍ୟ ସରକାର ଭାଟ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପ୍ରସଂଗରେ ଦେଖିବାକୁ ଗଲେ ଦେଶର ଅନ୍ୟ ବହୁ ରାଜ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି କରିଛନ୍ତି । ଏଣୁ ରାଜ୍ୟ ସରକାର ଭାଟ ବୃଦ୍ଧି ନକରିବାର କୌଣସି ଉପାୟ ନଥିଲା । କାହାକୁ ବାଧିଲା ଭଳି ଦରବୃଦ୍ଧି କରାଯାଇନାହିଁ । ଅନ୍ୟ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାର ଭାଟ ବୃଦ୍ଧି ପ୍ରସଂଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ତେଲ ଦର ବଢାଇ ସରକାର ଲୋକଙ୍କୁ ଲୁଟୁଛନ୍ତି । ଅନ୍ତର୍ଜାତୀୟ ବଜାରରେ ଔଷଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ଟଙ୍କା ଥିଲା ବେଳେ ପେଟ୍ରୋଲରେ କେନ୍ଦ୍ରର ଭାଗ ୩୩ ଓ ରାଜ୍ୟର ଭାଗ ୧୭ଟଙ୍କା ଥିଲା । ଡିଜେଲର କେନ୍ଦ୍ରର ୩୨ଟଙ୍କା ଓ ରାଜ୍ୟର ୧୪ଟଙ୍କା ଭାଗ ରହିଛି । ଏଭଳି ସ୍ଥିତିରେ କେନ୍ଦ୍ର ହେଉ ବା ରାଜ୍ୟ କରୋନା ମହାମାରୀ ସ୍ଥିତିରେ ଲୋକେ ଆର୍ଥିତ ସ୍ଥିତିରେ ଗତି କରୁଥିବା ବେଳେ ତେଲ ଉପରେ ଭାଟ ବୃଦ୍ଧି ବୋଝ ଉପରେ ଲଳିତା ବିଡା ହୋଇଛି । ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ତୈଳଦର ବୃଦ୍ଧି ଉଚିତ୍ ହୋଇନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଓ ଡିଜେଲ ଦର ପରେ ବଢାଯାଇପାରିଥାନ୍ତା । କୋଭିଡ ଖର୍ଚ୍ଚର ୯୦ ଭାଗ କେନ୍ଦ୍ର ସରକାର ଦେଉଥିବା ବେଳେ ରାଜ୍ୟ ସରକାର କେଉଁ କ୍ଷେତ୍ରରେ ରାଜସ୍ୱ ହ୍ରାସ ଦର୍ଶାଇ ଭାଟ ବୃଦ୍ଧି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩.୧ ପଇସା ଓ ଡିଜେଲ ଉପରେ ୧.୩ପଇସା ଭାଟ ବୃଦ୍ଧି କରିଛନ୍ତି ।