ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର, ବିଦ୍ୟୁତ ବିଭାଗ ବେଫିକର

0 377

ବୌଦ୍ଧ: ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ଘଣ୍ଟାପଡା ସେକସନ ବରଗାଁ ଗ୍ରାମପଞ୍ଚାୟତର ମାତାକୁପା ଜଙ୍ଗଲରେ ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର ଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ୬/୭ ଫୁଟ ଉଚ୍ଚରେ ଯାଇଥିଲେ ମଧ୍ୟ ଦୋହଲି ଯାଇଥିବା ବିଦ୍ୟୁତ ତାରକୁ ଟାଣିବାପାଇଁ ବିଭାଗ ପାଖରେ ସମୟ ନାହିଁ । କାଣିସେନେଲ ଗ୍ରାମଠାରୁ ଡୁମାଲପଖାଲ ଗ୍ରାମକୁ ଯାଇଥିବା ବିଦ୍ୟୁତ ତାର ବିପଦସଙ୍କୁଳ ଅବସ୍ଥାରେ ଯାଇଥିବାରୁ ଓ ଏ ଅଞ୍ଚଳରେ ବିଭିନ୍ନ ସମୟରେ ଜଙ୍ଗଲୀ ହାତୀମାନଙ୍କର ଚଳପ୍ରଚଳ ହେଉଥିବା ହେତୁ କେତେବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଘଟଣ ନଘଟିବ କେହି କହିପାରିବେ ନାହିଁ । ଗ୍ରାମବାସୀ ଏ ସଂପର୍କରେ ବିଦ୍ୟୁତ ବିଭାଗର ଲାଇନମ୍ୟାନ ଠାରୁ ଆରମ୍ଭକରି ଏସଡିଓଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସମାଜସେବୀ ଅକ୍ରୁର ସାହୁ ପ୍ରକାଶ କରନ୍ତି ।
ବନ୍ୟ ଜୀବଜନ୍ତୁ କିମ୍ବା ସାଧାରଣ ଜନତାଙ୍କ କ୍ଷତି ହେବା ପୂର୍ବରୁ ଓହଳି ରହିଥିବା ଏହି ତାରକୁ ଟାଣିବା ଦିଗରେ ବିଦ୍ୟୁତ ବିଭାଗ ଯତ୍ନବାନ ହେବାର ଆବଶ୍ୟକ ବୋଲି ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

7 − three =