ଜୋର ଧରିଲା ତାଳଚେର- ଗୋପାଳପୁର ରେଳପଥ ଦାବି

0 123

ଦଶପଲ୍ଲା : ନୟାଗଡ ଜିଲ୍ଲା ମଧ୍ୟ ଦେଇ ଯିବାକୁ ଥିବା ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥ ତୁରନ୍ତ ନିର୍ମାଣ କରିବା ଦାବିରେ ନୟାଗଡ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଦଳମତ ନିର୍ବିଶେଷରେ ଉଦ୍ୟମ ଚାଲୁ ରହିବା ପାଇଁ ସର୍ବ ସମ୍ମତ୍ତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି । କ୍ରିୟାନୁଷ୍ଠାନ କମିଟିର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ (ବନୁଭାଇ) ଓ ବିଶ୍ୱନାଥ ମହାପାତ୍ର ଏହି ରେଳପଥର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଖୋର୍ଦ୍ଧା ରୋଡ–ବଲାଙ୍ଗୀର ରେଳପଥ ଆନ୍ଦୋଳନର ଅନୁଭୂତିକୁ ପାଥେୟ କରି ଏହି ରେଳପଥ ଦ୍ୱାରା ଉପକୃତ ସମସ୍ତ ଜନସାଧାରଣଙ୍କୁ ଏକାଠି କରିବାର ଆବଶ୍ୟକତା ଉପରେ ଆଲୋଚନା ରଖିଥିଲେ । ଓଡିଶାର ଏକତା ଓ ସଂହତି ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଓ ତାଳଚେର-ଗୋପାଳପୁର ରେଳପଥ ଏକ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ମତ ପ୍ରକାଶ ହୋଇଥିଲା । ଏହି ଆଲୋଚନା ସଭାରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଆଲୋଚନା ରଖିଥିଲେ । ନିରଂଜନ ମିଶ୍ର, ସନ୍ତୋଷ ପ୍ରଧାନ, ସୁବାସ ଚନ୍ଦ୍ର କଅଁର, ଶ୍ରୀକାନ୍ତ ପଟ୍ଟନାୟକ, ଜ୍ୟୋସ୍ନା ପଟ୍ଟନାୟକ, ଗୋକୁଳ ଷଡଙ୍ଗୀ, ପବିତ୍ର ଇନ୍ଦ୍ରଜିତ ପ୍ରମୂଖ ଆଲୋଚନା କରି ଭବିଷ୍ୟତରେ ଲଗାତର କାର୍ଯ୍ୟକ୍ରମ ସହିତ ବିଭିନ୍ନ ରାଜ୍ୟସ୍ତରୀୟ ଓ କେନ୍ଦ୍ରସ୍ତରୀୟ ନେତୃତ୍ୱଙ୍କୁ ଏହା ଅବଗତ କରାଯିବ ବୋଲି ପ୍ରସ୍ତାବ ରଖା ଯାଇଥିଲା ।

hiranchal ad1
Leave A Reply

Your email address will not be published.

nineteen + 13 =