ବୌଦ୍ଧ ସମବାୟ ବ୍ୟାଙ୍କର ପ୍ରଶାସକ ଦାୟିତ୍ୱ ନେଲେ ଜିଲ୍ଲାପାଳ

0 1,414

ବୌଦ୍ଧ: ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ଭାରପ୍ରାପ୍ତ ପ୍ରଶାସକ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚିତ ପରିଚାଳନା କମିଟିର ୫ବର୍ଷିଆ କାର୍ଯ୍ୟକାଳ ମେ ମାସ ପ୍ରଥମ ସପ୍ତାହରେ ପୂରଣ ହୋଇଥିଲା । ଏହାପୂର୍ବରୁ ଫେବୃଆରୀ ମାସରେ ବ୍ୟାଙ୍କସହ ଅନୁବନ୍ଧିତ ହୋଇଥିବା ସମସ୍ତ ପ୍ରାଥମିକ ସମବାୟ ସମିତି ଗୁଡିକର ନିର୍ବାଚିତ ପରିଚାଳନା କମିଟିର ମଧ୍ୟ କାର୍ଯ୍ୟକାଳ ସରିଯାଇଥିଲା । ରାଜ୍ୟରେ ସମବାୟ ନିର୍ବାଚନକୁ କିଛି ସମୟ ସରକାର ସ୍ଥଗିତ ରଖିଥିବାରୁ ସମସ୍ତ ପ୍ରାଥମିକ ସମିତିରେ ସମବାୟ ବିଭାଗ ଦ୍ୱାରା ପ୍ରଶାସକ ନିଯୁକ୍ତ କରାଯାଇ ପରିଚାଳନା କରାଯାଉଛି । ସେହିକ୍ରମରେ ଜିଲ୍ଲାପାଳଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ମଧ୍ୟ ପରିଚାଳନା ଭାର ନ୍ୟସ୍ତ କରାଯାଇଛି ।

hiring


ବୌଦ୍ଧ ସମବାୟ ବ୍ୟାଙ୍କରେ ଚାଲିଥିବା ନିର୍ମାଣ ଦୁର୍ନୀତି, ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି, ପଦୋନ୍ନତିରେ ପକ୍ଷପାତିତା ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ବକେୟା ପାଉଣା ପ୍ରଦାନରେ ହେଉଥିବା ପାତରଅନ୍ତର ନୀତି ସଂପର୍କରେ ସଠିକ ପଦକ୍ଷେପ ନେବେ ବୋଲି ଜନସାଧାରଣ ଆଶାବାଦୀ ଅଛନ୍ତି । ସେହିପରି କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ଜିଲ୍ଲାପାଳ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କର୍ମଚାରୀମାନେ ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

one × 5 =