ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କରୋନା ଗାଇଡଲାଇନ ଉଲ୍ଲଂଘନ କରି ଆଜି ଫାଇନ୍ ଦେଇଛନ୍ତି । ସାଂସଦ ଶ୍ରୀମତୀ ଷଡଙ୍ଗୀ ନିଜର ଟ୍ୱିଟର ହ୍ୟାଣ୍ଡେଲ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଆମ ଦଳର ଟାଣୁଆ ନେତା ଜଗନ୍ନାଥ ପ୍ରଧାନ ମଙ୍ଗଳବାର ଇସ୍ତଫା ଦେଇଥିଲେ ତାଙ୍କୁ ବୁଝାସୁଝା କରିବା ସେ ଜଗନ୍ନାଥଙ୍କୁ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ବୁଝାସୁଝା କରି ମନ ପରିବର୍ତ୍ତନ କରିବା ପରେ ସେ ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ତାଙ୍କ ସାଙ୍ଗରେ ବିଜେପି କର୍ମୀମାନେ ଦଳର ଭାଇଚାରାକୁ ନେଇ ଏକ ଗ୍ରୁପ୍ ଫଟୋ ଉଠାଇଥିଲେ । ଫଟୋ ଉଠାଇବା ବେଳେ ସାମାଜିକ ଦୂରତା କଥା ଅଜାଣତରେ ଭୁଲ କରିଦେଇଥିଲେ । ତେବେ ଯାହା ବି ହେଉ ତାଙ୍କର ଏ କାର୍ଯ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବା ପରେ ସେ ଲୋକଙ୍କ ଆବେଗକୁ ସମ୍ମାନ ଦେଇ ଫାଇନ ଦେଇଛନ୍ତି ଏବଂ ଆଗକୁ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ ବୋଲି କହିଛନ୍ତି ।