ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

0 44

ପୁରୀ-୨୦୨୬ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ଆସିଛି ରଥକାଠ। ୮୩ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ଆସି ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଓ ୧୨ ଫୁଟିଆ ଅସନ ଏବଂ ଧଉରା କାଠ ରହିଛି। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗତବର୍ଷର ବଳକା ରହିଛି ୪୭ ଖଣ୍ଡ କାଠ। ଚଳିତବର୍ଷ ତିନି ରଥ ନିର୍ମାଣ ପାଇଁ ମୋଟ ୮୧୮ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି। ଆସନ୍ତା ୨୩ ତାରିଖ ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ତିନୋଟି ରଥକାଠ ପୂଜା କରାଯିବ। ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର।

hiranchal ad1
Leave A Reply

Your email address will not be published.

13 − 8 =