ବହୁପ୍ରତିକ୍ଷୀତ “ପରିବର୍ତ୍ତନ ଯାତ୍ରା’ ଆରମ୍ଭ

0 86

ସୁବର୍ଣ୍ଣପୁର : ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତର ଐତିହାସିକ କନ୍ଦୁମୁଣ୍ଡା ଜଗନ୍ନାଥ ମନ୍ଦିରଠାରୁ ବିଜେପିର ବରିଷ୍ଠ ନେତା ଓକିଲ ବଳଦେବ ପ୍ରସାଦ ବେଦବାକଙ୍କ ବହୁ ପ୍ରତୀକ୍ଷିତ “ପରିବର୍ତ୍ତନ ଯାତ୍ରା’ ଆରମ୍ଭ ହୋଇଛି ।

ବର୍ତ୍ତମାନ ପରିସ୍ଥିତିରେ ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଉପରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିଚାଲିଛି । ତେଲିଆ ମୁଣ୍ଡରେ ତେଲ ଭଳି ଧନୀ ସବୁବେଳେ ବିଭିନ୍ନ ଯୋଜନାରେ ଉପକୃତ ହେଉଛନ୍ତି ଓ ଗରିବ ଗୁରୁବା ଲୋକେ କୌଣସି ସରକାରୀ ସୁଯୋଗ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପୁଣି ଜିଲ୍ଲାର ଡାକ୍ତରଖାନା ଗୁଡିକରେ ସୁଇପର ମାନେ ପ୍ରେସକ୍ରିପ୍ସନ ଲେଖି ଇଂଜେକସନ ଦେଉଛନ୍ତି । ଶିକ୍ଷା କ୍ଷେତ୍ରରେ ବିଦ୍ୟାଳୟ ଗୁଡିକୁ ୫-ଟି ନାମରେ “ଦିଶନ୍ତି ଯେଡେ, ନୁହଁନ୍ତି ସେଡେ’ କରି ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ନଦେଇ ଠିକାଦାରଙ୍କ ରୋଜଗାରର କେନ୍ଦ୍ର କରାଯାଇଛି ।

hiring

ଅନ୍ୟପକ୍ଷରେ ୨୨ ବର୍ଷ ଶାସନ କାଳରେ ଶିଳ୍ପ ପ୍ରତିଷ୍ଠା ନହେବାରୁ ଜିଲ୍ଲାରେ ରୋଜଗାର ହଜାର ହଜାର ଯୁବକ ଯୁବତୀ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ କଞ୍ଚାମାଲ, ବିଜୁଳି, ଗମନାଗମନ ପୁଣି ଶ୍ରମିକ ଭରପୁର ଥିଲେ ମଧ୍ୟ ଶିଳ୍ପ ପ୍ରତିଷ୍ଠା କରିବାକୁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କନ୍ଦୁମୁଣ୍ଡା ଠାରେ ଉପସ୍ଥିତ ବିଶିଷ୍ଟ ନେତୃମଣ୍ଡଳୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଜିଲ୍ଲାରେ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ପରିବର୍ତ୍ତନ ତଥା ଆଗାମୀ ଦିନରେ ସ୍ୱାର୍ଥପର ରାଜନୀତିକୁ ଶେଷ କରି ସେବାମୁଳକ ରାଜନୀତି ପ୍ରତିଷ୍ଠା କରିବା ଓ ଲୋକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ସହିତ ଏହି ଯାତ୍ରା ମାଧ୍ୟମରେ ଲୋକଙ୍କ ମୌଳିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ଏ ଅବସରରେ ସାମ୍ବାଦିକ ମାନଙ୍କୁ ଶ୍ରୀ ବେଦବାକ ସୂଚନା ଦେଇଛନ୍ତି ।

ଏହି ପରିବର୍ତ୍ତନ ଯାତ୍ରା ଆଜି ସାହାଜବାହାଲ, ଫଟାମୁଣ୍ଡା ଓ ଇଚ୍ଛାପୁର ଆଜି ଗ୍ରାମକୁ ଯାଇଥିଲା । ଏହି ଯାତ୍ରାରେ ବିଜେପିର ବରିଷ୍ଠ ନେତା ରଥ ସାହୁ, ସୁରେଶ ମିଶ୍ର, ପ୍ରଦୀପ ସାହୁ, ବ୍ୟାସଦେବ ମିଶ୍ର, ଦେବରାଜ ସାହୁ, ଭୋଜରାଜ ସାହୁ, ସୁରେଶ ପାତ୍ର,ରାମ ସାହୁ, ରାଜେଶ ଷଡ଼ଙ୍ଗୀ, ଯଜାତି ମିଶ୍ର, କିରଟି କଲତା ପ୍ରମୁଖ ଯୋଗ ଦେଇଥିଲେ । ପରିବର୍ତ୍ତନ ଯାତ୍ରାକୁ ବିଭିନ୍ନ ଗ୍ରାମରେ ସ୍ୱାଗତ କରାଯାଉଥିବା ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

9 − seven =