ସମ୍ବଲପୁରରେ ଆଜି ୬୬ ଜଣ ନୂଆ ପଜିଟିଭ ଚିହ୍ନଟ: ଦିନକରେ ତିନୋଟି ମୃତ୍ୟୁରୁ ହଇଚଇ

0 129

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ଅନୁସାରେ ଗତକାଲି ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲାରେ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୦୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮ଜଣ ମୃତ ଓ ୧୦୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୮୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି କରୋନା ସଂକ୍ରମଣ ଗତକାଲି ଜଣେ କର୍ମଷ୍ଠ ସ୍ୱେଚ୍ଛାସେବୀ ଯୁବ ଶିଳ୍ପୀ ସୁଶାନ୍ତ ବଢେଇ (୫୦) ଙ୍କ ସହିତ ତିନି ଜଣ ଙ୍କ ପ୍ରାଣ ନେଇଛି । ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା, ଯାହାକି କରୋନା ଯୋଗୁଁ ଘଟିଛି ଓ ଏହା ଏଠାରେ ସର୍ବତ୍ର ଚର୍ଚ୍ଚାର ବିଷୟ ହୋଇଛି । ଏହି ସନ୍ଦର୍ଭରେ ସବୁଠାରୁ ଚିନ୍ତା ର ବିଷୟ ହୋଇଛି ଯେ ବର୍ତ୍ତମାନ ଯୁବାବର୍ଗ ମଧ୍ୟ ଏହାର ଶିକାର ହୋଇ ବସିଲେଣି । ପ୍ରତିଦିନ ଏତେ ସଂଖ୍ୟକ ଆକ୍ରାନ୍ତ ଓ ଏପର୍ଯ୍ୟନ୍ତ ଆଠଟି ଜୀବନ ଗଲାପରେ ମଧ୍ୟ ଲୋକ ଙ୍କ ମନରେ ଚେତା ପଶି ନାହିଁ । ଶନିବାର ଦିନ ସ୍ୱାଧିନତା ଦିବସ ଓ ତାପରେ ଦୁଇଦିନ ସଟଡାଉନ ରହି ଥିବାରୁ ତିନି ଦିନ ଲଗାତାର ଦୋକାନ ବଜାର ବନ୍ଦ ରହିଥିଲା । ଏଣୁ ଗତକାଲି ଦୋକାନ ବଜାର ଖୋଲିଲା କ୍ଷଣି ଲୋକେ ବିକଳ ହେଇ କିଣାବିକା କରିବସିଲେ ଓ ସବୁଆଡେ ହଠାତ ଜନଗହଳି ବଢ଼ିଗଲା । ଏପରିକି ସ୍ଥାନୀୟ କ୍ଷେତରାଜପୁର ସ୍ଥିତ ଥୋକବଜାର ରେ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଦେଖା ଯାଇଥିଲା, ଯଦିଓ ଅପରାହ୍ନ ୨ଟା ପରେ ଲକଡାଉନ ନିୟମାନୁସାରେ ସବୁ ବନ୍ଦ ରହିବା କଥା । ସେଠାରେ ତ ଏତେ ଜନଗହଳି ବଢ଼ିଗଲା ଯେ ଯିବାଆସିବା ପାଇଁ ଟ୍ରାଫିକ ସମସ୍ୟା ଦେଖା ଯାଇଥିଲା । ଆଉ ଦୁଇ ଦିନ ପରେ ଗଣେଶ ପୂଜା ଓ ତହିଁ ଆରଦିନ ଗଣପର୍ବ ଭାବେ ପରିଚିତ ନୂଆଖାଇ ରହିଛି, ଏଣୁ ବଜାରରେ ଜନଗହଳି ଆହୁରି ବଢିବାର ସମ୍ଭାବନା ରହିଛି । ଏ ଭିତରେ ଯଦି କିଛି ଅଘଟଣ ହୋଇଯାଏ, ତାହେଲେ ସବୁ ପର୍ବ ତିହାର ଫିକା ପଡି ଯିବାର ଆଶଙ୍କା ରହିଛି ।

hiranchal ad1
Leave A Reply

Your email address will not be published.

13 + seventeen =